୪ କାନ ଥିବା ବିଲେଇ

୪ କାନ ଥିବା ବିଲେଇ
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ଏବେ କଳା ରଙ୍ଗର ଏକ ବିଲେଇ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାର ମୁଣ୍ଡରେ ଦୁଇଟି ନୁହେଁ ବରଂ ଚାରିଟି କାନ ରହିଛି । ମିଳିଥିବା ସୂଚନା ଅନୁଯାୟୀ, 'ଡୋବି' ନାମକ ଏହି ୭ ମାସର ନିଆରା ବିଲେଇକୁ ପ୍ରଥମ ଦେଖାରେ ଲୋକେ 'ଏଲିଅନ୍ ବିଲେଇ' ବୋଲି ମଧ୍ୟ କହୁଛନ୍ତି । ଏହି ବିଲେଇଟିର ୪କାନ ରହିଛି, ଯାହା ଏହାକୁ ବିରଳ କରିଛି । ଡୋବିର ଏଭଳି ଚାରିଟି କାନ ହେବା ପଛରେ ଏକ ବିରଳ ଜେନେଟିକ୍ ମ୍ୟୁଟେସନ୍ (ବଂଶଗତ ପରିବର୍ତ୍ତନ) କାରଣ ସାଜିଛି । ଯାହା ଯୋଗୁଁ ତାର ମୁଣ୍ଡରେ ଦୁଇଟି ଅତିରିକ୍ତ କାନ ବିକଶିତ ହୋଇଛି । ତେବେ ଏଭଳି ବିରଳ ଶାରୀରିକ ପରିବର୍ତ୍ତନ ସତ୍ତ୍ୱେ ଡୋବି ସମ୍ପୂର୍ଣ୍ଣ ଭାବେ ସୁସ୍ଥ, ସକ୍ରିୟ ଏବଂ ଏନର୍ଜେଟିକ୍ ଅଛି। ସୋସିଆଲ ମିଡିଆରେ ତାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ତାହା ଖୁବ ଭାଇରାଲ ହେବାରେ ଲାଗିଛି । କେହି ତାକୁ ଚାରି କାନ ବାଲା ସୁପରଷ୍ଟାର୍ କହୁଛନ୍ତି ତ କେହି ଏଲିଅନ୍ କ୍ୟାଟ୍ ବୋଲି ସମ୍ବୋଧନ କରୁଛନ୍ତି ।

Tags: