ଧମକାଇଲା ବିଲେଇ !
ଆମେରିକାର ଓହାୟୋରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବ୍ୟକ୍ତି ନିଜର ପୋଷା ବିଲେଇ ତାଙ୍କୁ ଧମକାଉଥିବା ଦାବି କରି ଜରୁରୀକାଳୀନ ନମ୍ବର ୯୧୧କୁ କଲ୍ କରି ପୋଲିସକୁ ଡକାଇଥିଲେ । ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କ କହିବା କଥା ଥିଲା ଯେ ବିଲେଇଟି ଆଖି ପତା ନ ପକାଇ କ୍ରମାଗତ ଭାବେ ତାଙ୍କୁ ଚାହିଁ ରହିଥିଲା ଏବଂ ତାର ଏହି ଆଚରଣ କୌଣସି 'ଲୋନ ଶାର୍କ' ଭଳି ଡରାଇଲା ଭଳି ଲାଗୁଥିଲା । ଏହାସହ ବିଲେଇଟି ଧୀରେ ଧୀରେ ଲାଞ୍ଜ ହଲାଉଥିଲା ଯାହା ତାଙ୍କୁ ଏକ ଆକ୍ରମଣାତ୍ମକ ଇସାରା ପରି ମନେହେଲା । ତାଙ୍କୁ ସଙ୍କେତ ଦେବା ପାଇଁ ବିଲେଇଟି ଜାଣିଶୁଣି ଏକ ଗ୍ଲାସ୍ ମଧ୍ୟ ତଳେ ପକାଇ ଦେଇଥିଲା ବୋଲି ସେ ଦାବି କରିଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ କୌଣସି ବିପଦର ସୂଚନା ପାଇନଥିଲା । ଏଭଳି ଏକ ମିଥ୍ୟା ଜରୁରୀକାଳୀନ କଲ୍ କରି ୯୧୧ ସେବାର ଅପବ୍ୟବହାର କରିଥିବା ଯୋଗୁଁ ପୋଲିସ ସେହି ବ୍ୟକ୍ତିଙ୍କ ବିରୋଧରେ ଚାଲାଣ କାଟିଥିବା ଜଣାପଡ଼ିଛି ।
Tags:




