ରାଗ ଖାଦ୍ୟ ପାଇଁ ମାମଲା
ନ୍ୟୁୟର୍କର ଏକ ପ୍ରସିଦ୍ଧ ରେସ୍ତୋରାଁରେ ଅଧିକ ରାଗ ଖାଦ୍ୟ ଖାଇ ଜଣେ ଜର୍ମାନୀ ଇଞ୍ଜିନିୟର ରେସ୍ତୋରାଁ ବିରୋଧରେ ପ୍ରାୟ ୯୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ମାମଲା ଦାୟର କରିଥିଲେ । ହେଲେ କୋର୍ଟ ଏଭଳି ଅଜବ ମାମଲାକୁ ଖାରଜ କରିଦେଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ, ଉକ୍ତ ଇଞ୍ଜିନିୟର ଜଣଙ୍କ 'ଲସ୍ ଟୈକୋସ୍ ନମ୍ବର-୧' ରେସ୍ତୋରାଁରେ "ଗ୍ରୀନ୍ ସାଲ୍ସା" ଖାଇବା ପରେ ତାଙ୍କ ଜିଭରେ ପ୍ରବଳ ପୋଡ଼ାଜଳା ହେବା ସହ ପାଟିରେ ଘା’ ହୋଇଯାଇଥିଲା । ଯେଉଁଥିପାଇଁ ସେ ରେସ୍ତୋରାଁକୁ ଦାୟୀ କରିଥିଲେ, କାରଣ ତାଙ୍କୁ ଖାଦ୍ୟର ରାଗ ବିଷୟରେ ପୂର୍ବରୁ ସୂଚନା ଦିଆଯାଇ ନଥିଲା । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, 'ସାଲ୍ସା' ଶବ୍ଦର ଅର୍ଥ ହିଁ ରାଗ ଏବଂ ଜଣେ ଗ୍ରାହକ ଗୁଗଲ୍ ରିଭ୍ୟୁ ପଢ଼ି ଏହାର ସ୍ୱାଦ ବିଷୟରେ ଅନ୍ଦାଜ ଲଗାଇ ପାରିଥାନ୍ତେ । ଏଥିରେ ରେସ୍ତୋରାଁର କୌଣସି ଭୁଲ୍ ନାହିଁ, ବରଂ ଏହା ଗ୍ରାହକଙ୍କ ବୁଝାମଣାର ଅଭାବ ବୋଲି କହି କୋର୍ଟ ମାମଲାଟିକୁ ରଦ୍ଦ କରିଦେଇଛନ୍ତି ।
Tags:



