ବୁଲଡୋଜର ବିବାହ
ଯୁଦ୍ଧ ପରିସ୍ଥିତି ମଧ୍ୟରେ ଗାଜାର ଶେଖ ରଦୱାନ ଅଞ୍ଚଳରେ ଜଣେ ବର ବୁଲଡୋଜରରେ ବସି ବିବାହ କରିବାକୁ ପହଞ୍ଚିଛନ୍ତି । ଏହି ସମୟରେ ବର ବୁଲଡୋଜରର ଆଗ ପଟେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ବରଯାତ୍ରୀମାନେ ଗାଡ଼ି ସାମ୍ନାରେ ନାଚୁଥିବା ନଜର ଆସିଥିଲେ । ବର ଜଣକ ବୃତ୍ତିରେ ଜଣେ କନ୍ଷ୍ଟ୍ରକସନ ଗାଡ଼ିର ଡ୍ରାଇଭର ହୋଇଥିବାରୁ ଏବଂ ବୁଲଡୋଜର, ଲୋଡର ଓ କ୍ରେନ ଭଳି ଗାଡ଼ି ଚଲାଉଥିବାରୁ ସେ ନିଜ ବାହାଘର ପାଇଁ ବୁଲଡୋଜର ବାଛିଥିଲେ । ଏହା ସହିତ ଗାଜାରେ ଚାଲିଥିବା ଯୁଦ୍ଧ ଓ ସମ୍ବଳର ଅଭାବ ଯୋଗୁଁ ଲୋକମାନେ ଏଭଳି ସାଧାରଣ ଢଙ୍ଗରେ ବାହାଘର କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ବର ବୁଲଡୋଜରେ ଛିଡ଼ା ହୋଇ ନାଚୁଥିବା ଏବଂ ପାଖରେ କନ୍ୟାର ଗାଉନ ରଖାଯାଇଥିବା ଦେଖାଯାଇଛି । ସେଭଳି ଆଖପାଖରେ ଚାରିଆଡ଼େ ଭଙ୍ଗା ଘର ଏବଂ ଆବର୍ଜନା ଥିଲେ ବି ବରଯାତ୍ରୀମାନେ ବେଶ୍ ଖୁସିରେ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହାର ଖୁବ ପ୍ରଶଂସା ହେଉଥିବା ଦେଖିବାକୁ ମିଳିଛି ।



