ଇଟା ପାଲଟିଛି ପୋଷାଜୀବ

ଇଟା ପାଲଟିଛି ପୋଷାଜୀବ
Ipsita Picture
By: Ipsita
Published On

 

ଚୀନ୍‌ରେ ବର୍ତ୍ତମାନ କୁକୁର କିମ୍ବା ବିଲେଇ ପୋଷିବା ବଦଳରେ ଇଟାକୁ ପାଳିତ ଜୀବଭାବେ ଗ୍ରହଣ କରିବାର ଏକ ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳିଛି । ଯେଉଁଥିରେ ଲୋକମାନେ ଏକ ଇଟାକୁ ଟ୍ରେ କିମ୍ବା ବାସନରେ ରଖି ଦିନକୁ ଏକାଧିକଥର ପାଣି ସିଞ୍ଚନ କରୁଛନ୍ତି ।  କିଛି ସପ୍ତାହ ମଧ୍ୟରେ ଇଟାର ପୃଷ୍ଠଭାଗରେ ସବୁଜ ଘାସ ପରି ବଢ଼ିବାକୁ ଲାଗୁଛି ଏବଂ ଲୋକମାନେ ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୀନ୍‌ର ଯୁବପିଢ଼ି ଏହି ଟ୍ରେଣ୍ଡକୁ 'ଲେଟିଂ ଫ୍ଲାଟ୍' ବୋଲି କହୁଛନ୍ତି, ଯାହାର ଅର୍ଥ ହେଉଛି ଚାକିରି, କ୍ୟାରିୟର ଓ ଦାୟିତ୍ୱର ଅସଂପୂର୍ଣ୍ଣ ପ୍ରତିଯୋଗିତାରୁ ଦୂରେଇ ରହିବା । କାରଣ ଇଟାର ଯତ୍ନ ନେବାରେ ବହୁତ କମ୍ ପରିଶ୍ରମ ପଡ଼ିଥାଏ, କୌଣସି ଅପେକ୍ଷା ନଥାଏ ଏବଂ ବିନା ଦାୟିତ୍ୱର ଚାପରେ ଏହା ଏକ ସାଥୀର ଅନୁଭୂତି ଦେଇଥାଏ । ଚୀନ୍‌ର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଶିଆଓହୋଙ୍ଗସୁ'  ଏବଂ 'ୱେଇବୋ'ରେ ଏହି ଟ୍ରେଣ୍ଡ୍ ଖୁବ୍ ଲୋକପ୍ରିୟ ହୋଇଛି । ଯେଉଁଥିରେ ୱେଇବୋରେ ସମ୍ପୃକ୍ତ ହ୍ୟାସଟ୍ୟାଗକୁ ୫୦ ଲକ୍ଷରୁ ଅଧିକ ଭିୟୁ ମିଳିସାରିଛି । ତେବେ କ୍ରମାଗତ ଆର୍ଦ୍ରତା ଯୋଗୁଁ ଇଟାରେ ଫଙ୍ଗସ୍  ଧରିବାର ଆଶଙ୍କା ଥିବାରୁ, ଏହାକୁ ୱେଲ୍-ଭେଣ୍ଟିଲେଟେଡ୍ ସ୍ଥାନରେ ରଖିବା ସହ ଏହାକୁ ଛୁଇଁବା ବେଳେ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Tags: