ପକ୍ଷୀ ଶାବକ ଜଗୁଛନ୍ତି ଯବାନ
ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଚକିତ କରିଥାଏ । ସେହିଭଳି ଏକ ବିରଳ ଘଟଣା ଗୁଜୁରାଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୋଟିଏ ପକ୍ଷୀ ଛୁଆର ଜୀବନ ବଞ୍ଚାଇବାକୁ ଯାଇ ୫୦ ଜଣ ଯବାନଙ୍କୁ ମୂତୟନ କରାଯାଇଛି । ଘଟଣା ଅନୁଯାୟୀ ଗୁଜରାଟର କଚ୍ଛ ଅଞ୍ଚଳରେ ଘଟିଥିବା ସମସ୍ତଙ୍କୁ ଚକିତ କରିଦେଇଛି । ପ୍ରକୃତରେ ଏହି ପକ୍ଷୀ ଛୁଆଟି କୌଣସି ସାଧାରଣ ପକ୍ଷୀ ନୁହେଁ, ବରଂ ଅତି ବିରଳ ପ୍ରଜାତିର ‘ଗୋଡାବଣ’ ବା ‘ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟର୍ଡ’ ଅଟେ । ଏହି ପ୍ରଜାତି ବର୍ତ୍ତମାନ ବିଲୁପ୍ତ ଅବସ୍ଥାରେ ଥିବାବେଳେ ଦୀର୍ଘ ୧୦ ବର୍ଷ ପରେ ଗୁଜରାଟରେ ଏହି ପ୍ରଥମ ଛୁଆଟି ଜନ୍ମ ହୋଇଛି । ତେଣୁ ଏହାର ଜୀବନ ବଞ୍ଚାଇବା ବନ ବିଭାଗ ପାଇଁ ଏକ ବଡ଼ ମିଶନ ପାଲଟିଛି । ସେଥିନିମନ୍ତେ ୨୪ ଘଣ୍ଟା ତିନୋଟି ସିଫ୍ଟରେ ୫୦ରୁ ଅଧିକ ଜବାନଙ୍କୁ ଏହି ଛୁଆଟିକୁ ଜଗିବା ପାଇଁ ରଖାଯାଇଛି । କେବଳ ସେତିକି ନୁହେଁ, ହାଇ-ଟେକ୍ ବାଇନୋକୁଲାର ଏବଂ ସ୍ପଟିଂ ସ୍କୋପ୍ ଜରିଆରେ ଏହାର ଟ୍ରାକିଂ ମଧ୍ୟ କରାଯାଉଛି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳକୁ 'ନୋ-ମେନ୍ସ ଲ୍ୟାଣ୍ଡ' ଭାବେ ଘୋଷଣା କରାଯାଇଛି ।



