ପକ୍ଷୀଙ୍କର ହୋଇଥାଏ ହୃଦଘାତ
ଉତ୍ତର ପ୍ରଦେଶର ସୁଲତାନପୁରରେ ଏକ ବିବାହ ଉତ୍ସବର ଖୁସି ହଠାତ୍ ଦୁଃଖରେ ପରିଣତ ହୋଇଛି, ଯେଉଁଠାରେ ଡିଜେର ପ୍ରବଳ ଶବ୍ଦ ଯୋଗୁଁ ଏକ ଫାର୍ମର ୧୪୦ଟି କୁକୁଡ଼ାଙ୍କର ମୃତ୍ୟୁ ଘଟିଛି । ତେବେ କୁକୁଡାଙ୍କର ମୃତ୍ୟୁର କାରଣ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତର ପ୍ରଦେଶରେ ଏକ ଫାର୍ମ ନିକଟ ଦେଇ ଡିଜେ ବଜାଇ ଏକ ବରଯାତ୍ରୀ ପ୍ରୋସେସନ ଯାଉଥିବା ସମୟରେ ଫାର୍ମରେ ଥିବା ୧୪୦ କୁକୁଡାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ବିଶେଷଜ୍ଞଙ୍କ ମତରେ, ଲାଉଡ୍ ସାଉଣ୍ଡ ଓ୍ୱେଭ୍ସ ବା ଅତ୍ୟଧିକ ତୀବ୍ର ଶବ୍ଦ ପକ୍ଷୀମାନଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ବା ହୃଦଘାତର କାରଣ ହୋଇପାରେ । ସେମାନେ ଏତେ ମାତ୍ରାର ଶବ୍ଦକୁ ସହି ନପାରି ଭୟରେ ହୃତଘାତ କାରଣରୁ ମରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି ।
Tags:



