ଦୁନିଆର ସବୁଠାରୁ ଭଲ ଫଳ ଟମାଟୋ
ଆମେରିକାର ହେଲଥ ଏଜେନ୍ସି ସେଣ୍ଟର୍ସଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଟମାଟୋକୁ ଭଲ ଫଳ ବୋଲି ଆଖ୍ୟା ମିଳିଛି । ଏଠାରେ ଥିବା ବୈଜ୍ଞାନିକମାନେ ପ୍ରଥମେ ଦୁନିଆରୁ ୪୧ଟି ଫଳକୁ ଚୟନ କରିଥିଲେ, ଯେଉଁଥିରେ ଅନେକମାତ୍ରାରେ ପୋଷକ ତତ୍ୱ ଭରପୂର ହୋଇ ରହିଥିଲା । ଏହି ସର୍ଭେରେ ଜଣା ପଡିଥିଲା କି ଟମାଟୋରେ ନ୍ୟୁଟ୍ରିଏଣ୍ଟ ଡେସିଣ୍ଟି ୨୦.୩୭ । ଟମାଟୋ ଏକ ଲୋ କ୍ୟାଲୋରୀ ଫଳ ଅଟେ । ଯେଉଁଥିରେ ଭିଟାମିନ ସି, ଏ ଓ କେ ରହିଛି । ଏହାସହ ଏଥିରେ ପୋଟାସିୟମ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଅଛି । ସମସ୍ତେ ମିଶି ଏହାର ନ୍ୟୁଟ୍ରେଣ୍ଟ ଡେସିଣ୍ଟି ବଢାଇଥାଆନ୍ତି ଏବଂ ଏହାକୁ ସ୍ୱାସ୍ଥ୍ୟପୋଯୋଗୀ କରିଥାଆନ୍ତି । ଟମାଟୋ ଖାଇବା ଫଳରେ ପାଚନ ତନ୍ତ୍ରରେ ସୁଧାର ଆସିଥାଏ । ଏହାଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ, ବିଭିନ୍ନ ପୋଷଣର ଅଭାବ ଦୂର ହୋଇଥାଏ । ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ, ଇନ୍ଫ୍ଲାମେସନ ଦୂର ହୋଇଥାଏ , ଆଖିର ସମସ୍ୟା ଦୂର ହୁଏ, ହୃଦୟର ସ୍ୱାସ୍ଥ୍ୟ ଭଲ ରହିଥାଏ । ଶରୀରକୁ ହାଇଡ୍ରେଟ ରଖିବା ସହିତ ଓଜନକୁ ନିୟନ୍ତ୍ରଣରେ ରଖିଥାଏ ।



