ବଢୁଛି ପଶୁଙ୍କର ଦୁଃଶ୍ଚିନ୍ତା
By: Ipsita
ନିକଟରେ ମିଳିଥିବା ସୂଚନା ଅନୁସାରେ ଅନ୍ଲାଇନ୍ରେ ଦେଖିବାକୁ ମିଳୁଥିବା ମଜାଳିଆ ପୋଷୀ ଜୀବଙ୍କର ଭିଡିଓ ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ । ଏହି ସମସ୍ତ ଭିଡିଓରେ ପୋଷା ଜୀବଙ୍କୁ ବିଭିନ୍ନ ପ୍ରକାରର ପୋଜରେ ଦେଖିବାକୁ ମିଳିଥାଏ । ହେଲେ ଏଗୁଡିକ କରାଇବା ଦ୍ୱାରା ସେମାନଙ୍କର ମାନସିକ ସ୍ତର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ବୋଲି ଏହି ଗବେଷଣାରୁ ଜଣାପଡିଛି । କିଛି ଭିଡିଓରେ ଏମାନଙ୍କୁ ଚିଡାଯାଉଥିବାବେଳେ ସେମାନଙ୍କୁ ହଇରାଣ ମଧ୍ୟ କରାଯାଇଥାଏ । ଅଧିକାଂଶ ଭିଡିଓରେ ସେମାନଙ୍କର ଜୀବନପ୍ରତି ମଧ୍ୟ ବିପଦ ରହୁଛି । ଏଭଳି ପରିସ୍ଥିତିରେ ସେମାନଙ୍କର ମାନସିକ ଚାପ ବଢିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ତେଣୁ ପଶୁଙ୍କୁ ସେମାନଙ୍କ ଜୀବନ ଭଲରେ ବଞ୍ଚିବାକୁ ଦିଆଯାଉବୋଲି ଏଥିରେ ପରାମର୍ଶ ଦିଆଯାଇଛି । ମଣିଷଙ୍କ ମନୋରଞ୍ଜନ ପାଇଁ ସେମାନଙ୍କୁ ସମସ୍ୟାରେ ନପକାଯାଉ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ସମ୍ବନ୍ଧିତ ଖବର ରିଲ ବଦଳରେ ଫ୍ରି ଥାଇଲାଣ୍ଡ ଟ୍ରିପ
Tags:


