ଟେସଲାର ଦେଶୀ ଲୁକ

ଟେସଲାର ଦେଶୀ ଲୁକ
Ipsita Picture
By: Ipsita
Published On

 

ଟେସଲା ସାଇବରଟ୍ରକ୍କୁ ମିଳିଛି ଏକ ନୂଆ 'ଦେଶୀ' ଲୁକ୍, ଯାହାର ରଙ୍ଗବେରଙ୍ଗୀ ଭାରତୀୟ ଟ୍ରକ୍ ଆର୍ଟ ବା ସ୍କ୍ରିନ୍ ଆର୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । 'ଓରିଜିନାଲ୍ ଗ୍ଲୋବାଲ୍ ଗ୍ରାଫିକ୍ସ' ନାମକ ଏକ ସଂସ୍ଥା ଦ୍ୱାରା ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରାଯାଇଥିବା ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ଏଥିରେ ସାଇବରଟ୍ରକ୍ସାଧାରଣ ସିଲଭର୍ବା ଷ୍ଟେନ୍ଲେସ୍ ଷ୍ଟିଲ୍ ରଙ୍ଗ ବଦଳରେ ଭାରତୀୟ ରାଜପଥରେ ଚାଲୁଥିବା ଗାଡ଼ିଗୁଡ଼ିକ ଭଳି ଆକର୍ଷଣୀୟ ନକ୍ସା, ଫୁଲର ଡିଜାଇନ୍ ଏବଂ ଆକର୍ଷଣୀୟ ବର୍ଡର ଲଗାଯାଇଛି । ଗାଡ଼ିର ସାମ୍ନାରେ ଭାରତୀୟ ଗାଡ଼ିଗୁଡ଼ିକରେ ପ୍ରାୟତଃ ଦେଖାଯାଉଥିବା ଲୋକପ୍ରିୟ ଧାଡ଼ି ଦେଖୋ ମଗର ପ୍ୟାର୍ ସେ!ଲେଖାଯାଇଛି । ଯାହା ଏହାକୁ ସମ୍ପୂର୍ଣ୍ଣ 'ଦେଶୀ ଟ୍ରକ୍'ର ଲୁକ ଦେଉଛି । ଆଧୁନିକ ଇଲେକ୍ଟ୍ରିକ୍ ଭେଇକିଲ୍ ଏବଂ  ଭାରତୀୟ ଟ୍ରକ୍ ଆର୍ଟର ଏହି ନିଆରା ଯୋଡିକୁ ନେଇ ୟୁଜର୍ସମାନେ ବିଭିନ୍ନ ରୋଚକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି ।

Tags: