ପ୍ରସାଦରେ ବଢାହୋଇଥାଏ କେଶ

ପ୍ରସାଦରେ ବଢାହୋଇଥାଏ କେଶ
Ipsita Picture
By: Ipsita
Published On


ଜାପାନରେ ଏଭଳି ଏକ ସ୍ୱତନ୍ତ୍ର ମନ୍ଦିର ରହିଛି ଯେଉଁଠାରେ ପ୍ରସାଦରେ ମଣିଷମାନଙ୍କର କେଶ ଲାଗି କରାଯାଇଥାଏ । ଜାପାନର କ୍ୟୋଟାରେ ରହିଥିବା ଏହି ସ୍ୱତନ୍ତ୍ର ମନ୍ଦିରର ନାମ ମିକାମୀ ଶ୍ରାଇନ, ଯେଉଁଠାରେ କେଶ ପ୍ରସାଦରେ ଲାଗିଥାଏ । ଏହା ଦୁନିଆର ଏଭଳି ଏକ ସ୍ୱତନ୍ତ୍ର ମନ୍ଦିର ଯାହାର ପୂଜା ନୀତି ଖୁବ ଭିନ୍ନ । ଏଠାରେ ପୂଜାରୀମାନେ ଶ୍ରଦ୍ଧାଳୁଙ୍କ ମୁଣ୍ଡରୁ କିଛି କେଶ କାଟନ୍ତି ଏବଂ ଏହାକୁ ଏକ ସ୍ୱତନ୍ତ୍ର ଲଫାଫାରେ ରଖନ୍ତି । କଟା ଯାଇଥିବା କେଶକୁ ଏକ ଲଫାଫାରେ ରଖି ଭଗବାନଙ୍କ ପାଦ ତଳେ ରଖାଯାଇଥାଏ । ଏଭଳି ମାନତ୍ୟା ଅଛି କି ଏଠାରେ କେଶ ଭୋଗରେ ଲଗାଇଲେ ଘରେ ଥିବା ଅନ୍ୟ ସଦସ୍ୟଙ୍କ କେଶ ସୁରକ୍ଷିତ ରହିବା ସହିତ ନୂଆ କେଶ ମଧ୍ୟ ଉଠିଥାଏ । ଏପରିକି ଯେଉଁମାନଙ୍କର କେଶ ଝଡୁଥାଏ କି କେଶ ସମ୍ପନ୍ଧିତ ସମସ୍ୟା ରହିଥାଏ ସେମାନେ ମନ୍ଦିରରେ ନିଜର ସମସ୍ୟା ଲେଖି ଏକ ଚିଠି ମଧ୍ୟ ରଖିଦେଇଯାଆନ୍ତି । ବିଶ୍ୱାସ ରହିଛି ଏଭଳି କରିବାଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ ।

Tags: