ବିବାହ ପୂର୍ବରୁ ଭଙ୍ଗାଯାଏ ଦାନ୍ତ
ସାଧାରଣତଃ ବିବାହ ପୂର୍ବରୁ ସମସ୍ତେ କନ୍ୟାଙ୍କୁ ସଜାଇଥାଆନ୍ତି, କିନ୍ତୁ ଚୀନରେ ଏକ ଅଜବ ପରମ୍ପରା ରହିଛି । ଏହି ପରମ୍ପରା ଅନୁସାରେ ବିବାହ ପୂର୍ବରୁ କନ୍ୟାମାଙ୍କର ଦାନ୍ତକୁ ହାତୁଡିରେ ବାଡେଇ ଭଙ୍ଗା ଯାଇଥାଏ । ଚୀନରେ ବିବାହର ଠିକ ପୂର୍ବରୁ କନ୍ୟାମାନଙ୍କର ଗୋଟିଏ କିମ୍ବା ଦୁଇଟି ଦାନ୍ତକୁ ହାତୁଡିରେ ଭଙ୍ଗା ଯାଇଥାଏ । ଏହି ପ୍ରଥା ଗୋଲାଓ ଜନଜାତି ସମୂହଙ୍କର ଖୁବ ପୁରୁଣା ପରମ୍ପରା । ଏଭଳି କି ଯେଉଁ ସ୍ଥାନରୁ ଦାନ୍ତ ଭଙ୍ଗାଯାଇଥାଏ, ସେହି ସ୍ଥାନରେ କୁକୁରର ଦାନ୍ତ ଲଗାଯାଇଥାଏ । ଏହି ପ୍ରଜାତିର ଏକ ଅନ୍ଧବିଶ୍ୱାସ ରହିଛି କନ୍ୟା ସହିତ ଏହି ପରମ୍ପରା କରାନଗଲେ ବରର ପରିବାର ସହିତ କିଛି ନା କିଛି ସମସ୍ୟା ହେବ । ଏହି ପ୍ରଥା ପାଳନ କରିବା କନ୍ୟାର ମାମୁଁଙ୍କୁ ସମ୍ମାନ ସହିତ ଘରକୁ ଡକା ଯାଇଥାଏ । କନ୍ୟାର ମାମୁଁ ଗୋଟିଏ ଛୋଟ ହାତୁଡିରେ କନ୍ୟାର ମୁହଁରୁ ଏହି ଦାନ୍ତକୁ ଭାଙ୍ଗିଥାଆନ୍ତି । ଯାହାପରେ ଦାନ୍ତ ମାଢିରେ ଏକ ସ୍ୱତନ୍ତ୍ର ଔଷଧର ଲେପ ଦିଆଯାଇଥାଏ । ତେବେ ବର୍ତ୍ତମାନ ଧୀରେଧୀରେ ଏହି ଅନ୍ଧବିଶ୍ୱାସ ବନ୍ଦ ହୋଇ ଗଲାଣି ।




