ଦାନ୍ତକୁ କରାଯାଇଥାଏ କଳା

ଦାନ୍ତକୁ କରାଯାଇଥାଏ କଳା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପସନ୍ଦର ସ୍ନିକର

ଚୀନରେ ଅନେକ ଅଜବ ପରମ୍ପରା ପାଳନ କରାଯାଇଥାଏ । ସେହିଭଳି ଏକ ପରମ୍ପରା ହେଲା ଏଠାରେ ଲୋକମାନେ ଯୁବା ଅବସ୍ଥା ଅର୍ଥାତ ୧୪ ରୁ ୧୫ ବର୍ଷରେ ପହଞ୍ଚିବା ପରେ ସମସ୍ତେ ନିଜର ଦାନ୍ତକୁ କଳା କରିବାର ପ୍ରଥା ରହିଛି । ଏହି ପରମ୍ପରାକୁ ରାଞ୍ଚି କୁହାଯାଇଥାଏ । ଏଠିକାର ଲୋକଙ୍କ ବିଶ୍ବାସ ଅନୁସାରେ କଳା ଦାନ୍ତ ଖରାପ ଶକ୍ତିଠାରୁ ଲୋକଙ୍କ ରକ୍ଷା କରିଥାଏ । ସେହିଭଳି ଦାନ୍ତ କଳା ପଡିବା ସେମାନଙ୍କର ଯୁବା ଅବସ୍ଥା ସମ୍ପର୍କରେ ସମାଜକୁ ସୂଚନା ଦେଇଥାଏ । ପ୍ରଥମେ ଦାନ୍ତରେ ଖଟା ରସ ଲଗାଯାଇଥାଏ ଏହାପରେ କାଠର ଧୂଆଁରେ ଦାନ୍ତକୁ କଳା କରାଯାଇଥାଏ । ଏହି ପ୍ରଥା ଅନେକ ଦିନ ଧରି କରାଯାଇଥାଏ ଯେଉଁ ପୁଅଝିଅମାନେ ଜଣେ ଅନ୍ୟ ଜଣଙ୍କର ଦାନ୍ତ କଳା କରନ୍ତି । ଦାନ୍ତ କଳା ନହୋଇଥିବା ବ୍ୟକ୍ତିମାନଙ୍କୁ ପୁରା ଜୀବନ ସାମାଜିକ ସୁରକ୍ଷା ମିଳିନଥାଏ । ସେମାନଙ୍କୁ କୌଣସି ବିବାହ କିମ୍ବା ପର୍ବପର୍ବାଣୀରେ ଭାଗ ମିଳିନଥାଏ ।

ସମ୍ବନ୍ଧିତ ଖବର କୃତ୍ରିମ ସାହାଯ୍ୟ

Tags:

Related Posts

ରୋବଟ ଘୋଡା

ରୋବଟ ଘୋଡା

ସୁନାର ରାସ୍ତା

ସୁନାର ରାସ୍ତା

ହୃଦରୋଗର ପ୍ରକାର

ହୃଦରୋଗର ପ୍ରକାର