ଶିକ୍ଷକଙ୍କୁ ମିଳିଛି ଅଜବ ଡ୍ୟୁଟି

ଶିକ୍ଷକଙ୍କୁ ମିଳିଛି ଅଜବ ଡ୍ୟୁଟି
Ipsita Picture
By: Ipsita
Published On

 

ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାରେ ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଜନଗଣନା ଡ୍ୟୁଟି ପରେ ଏବେ ଗାଈମାନଙ୍କ ପାଇଁ କୁଟା ଯୋଗାଡ଼ କରିବାକୁ ଏକ ଆଶ୍ଚର୍ଯ୍ୟଜନକ ଆଦେଶ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି ।  ସୂଚନା ଅନୁଯାୟୀ, ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ପାଇଁ ୪୬-୪୬ କିଲୋଗ୍ରାମ କୁଟା ଜମା କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରକୃତ ଘଟଣାଟି ହେଉଛି, ବେସାହାରା ଗାଈମାନଙ୍କ ସେବା ପାଇଁ ଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି ଏବଂ ଏହା ଅଧୀନରେ ବରେଲୀର ସମସ୍ତ ବ୍ଲକରୁ ପ୍ରାୟ ୧୦୦ କ୍ୱିଣ୍ଟାଲ କୁଟା ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଟାର୍ଗେଟ୍ ପୂରଣ କରିବାର ଦାୟିତ୍ୱ ସ୍କୁଲଗୁଡ଼ିକୁ ଦିଆଯାଇଥିବା ବେଳେ ଶିକ୍ଷକମାନେ ଏହାକୁ ସଂଗ୍ରହ କରି ବିଡିଓ କିମ୍ବା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା କରିବାକୁ ନିର୍ଦ୍ଦେଶ ହୋଇଛି । ଏପରିକି ଶିକ୍ଷା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି କୌଣସି ସ୍କୁଲ କିମ୍ବା ଶିକ୍ଷକ ଏହି ଆଦେଶ ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

Tags: