ମାସ୍କ ସାଜିଛି ପରୀକ୍ଷାରେ ନକଲ କରିବାର ଜରିଆ

ଆଜିକାଲି ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ପରୀକ୍ଷା ହେଉ କିମ୍ବା ଅଫିସ୍‌ ଯେଉଁଠିକି ବି ଗଲେ ମାସ୍କ ପିନ୍ଧିବାକୁ ପଡୁଛି । ତେବେ ଆଜିକାଲି ଏକ ମାସ୍କ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ମାସ୍କଟି ଏକ ନୂଆ କାରଣ ପାଇଁ ଭାଇରାଲ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ଜଣେ ପରୀକ୍ଷାର୍ଥୀ ମାସ୍କ ସାହାଯ୍ୟରେ ପରୀକ୍ଷାରେ ନକଲ କରିବାକୁ ଚେଷ୍ଟା କରିଛନ୍ତି । ପରୀକ୍ଷାର୍ଥୀ ଜଣଙ୍କ ମାସ୍କରେ ଚିପ୍‌, ଜେବିଏସ୍‌ ବ୍ୟାଟେରି, […]

Samaya Live Picture
Published On

ଆଜିକାଲି ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ପରୀକ୍ଷା ହେଉ କିମ୍ବା ଅଫିସ୍‌ ଯେଉଁଠିକି ବି ଗଲେ ମାସ୍କ ପିନ୍ଧିବାକୁ ପଡୁଛି । ତେବେ ଆଜିକାଲି ଏକ ମାସ୍କ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ମାସ୍କଟି ଏକ ନୂଆ କାରଣ ପାଇଁ ଭାଇରାଲ ହେବାରେ ଲାଗିଛି ।
ମାସ୍କ ସାଜିଛି ପରୀକ୍ଷାରେ ନକଲ କରିବାର ଜରିଆ

ରିପୋର୍ଟ ଅନୁସାରେ ଜଣେ ପରୀକ୍ଷାର୍ଥୀ ମାସ୍କ ସାହାଯ୍ୟରେ ପରୀକ୍ଷାରେ ନକଲ କରିବାକୁ ଚେଷ୍ଟା କରିଛନ୍ତି । ପରୀକ୍ଷାର୍ଥୀ ଜଣଙ୍କ ମାସ୍କରେ ଚିପ୍‌, ଜେବିଏସ୍‌ ବ୍ୟାଟେରି, ଏକ ସିମ୍‌ କାର୍ଡ ସହ ଏକ ମାଇକ୍‌ ମଧ୍ୟ ଲଗାଇ ନେଇଛନ୍ତି ।
ମାସ୍କ ସାଜିଛି ପରୀକ୍ଷାରେ ନକଲ କରିବାର ଜରିଆ

ଏହି ସମସ୍ତ ସାମଗ୍ରୀକୁ ସେ ଏକ ତାର ସାହାଯ୍ୟରେ ଯୋଡିଛନ୍ତି । ପରୀକ୍ଷା ସମୟରେ ହେଉଥିବା ଯାଞ୍ଚରେ ଏହା ଜଣାପଡିଛି । ସମସ୍ତ କଥା ଜଣାପଡିବା ପରେ ପରୀକ୍ଷାର୍ଥୀଙ୍କ ନାଁରେ ପୋଲିସ୍‌ ଷ୍ଟେସନ୍‌ରେ ମାମଲା ମଧ୍ୟ ରୁଜୁ ହୋଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା, ଯେଉଁଥିରେ ପରୀକ୍ଷାର୍ଥୀମାନେ ମାସ୍କ ସାହାଯ୍ୟରେ ପରୀକ୍ଷାରେ ନକଲ କରିବାକୁ ଚେଷ୍ଟା କରିଥିଲେ ।