କଥା ହୋଇପାରିବେନି ଶିକ୍ଷକ
ରାଜସ୍ଥାନର ଜୟପୁରରେ ଥିବା ଏକ ସଂସ୍କୃତ ବିଶ୍ବବିଦ୍ୟାଳୟର କର୍ମଚାରୀ ତଥା ଶିକ୍ଷକଙ୍କ ପାଇଁ ଏକ ନୂଆ ନିୟମ ଜାରି କରାଯାଇଛି, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବିଶ୍ବବିଦ୍ୟାଳୟ ଭିତରେ ଶିକ୍ଷକ ଓ କର୍ମଚାରୀମାନେ ନିଜନିଜ ଭିତରେ କଥା ହୋଇପାରିବେ ନାହିଁ, ଏହା ଉପରେ ପ୍ରତିବନ୍ଧ ଲାଗିଛି । ନିର୍ଦ୍ଦେଶ ଅନୁସାରେ କୌଣସି ପ୍ରଫେସର ଭାଇସ ଚାଂସଲର କିମ୍ବା ରେଜିଷ୍ଟ୍ରାରଙ୍କ ବିନା ଅନୁମତିରେ କୌଣସି ଅନ୍ୟ କର୍ମଚାରୀଙ୍କ ସହିତ କଥା ହୋଇ ପାରିବେ ନାହିଁ । ଏଭଳି ଅଜବ ନିୟମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋରଦାର କରାଯାଇଛି । ଯଦି ସେମାନଙ୍କର ନନ୍ ଟିଚିଂ ଷ୍ଟାଫଙ୍କ ପାଖରେ କାମ ଅଛି ତେବେ ସିଧା ରେଜିଷ୍ଟ୍ରାରଙ୍କୁ ଜଣାଇବେ । ଏହି ଆଦେଶ କଡାକଡି ଭାବେ ବିଶ୍ବବିଦ୍ୟାଳୟର ସମସ୍ତ ପ୍ରଫେସରଙ୍କ ପାଇଁ ଲାଗୁ କରାଯାଇଛି । ସୂଚନା ଅନୁସାରେ ଅଭିଯୋଗ ଅନୁସାରେ ଅନେକ କାମ ପ୍ରଫେସରଙ୍କ ଗପ କାରଣରୁ ଅଟକି ଯାଉଛି, ତେଣୁ ଏଭଳି ଆଦେଶ ଦିଆଯାଇଛି । ତେବେ ଏନେଇ ପ୍ରଫେସରମାନେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅଭିଯୋଗ କରିବେ ବୋଲି ସୂଚନା ରହିଛି । ସେମାନେ ଏଭଳି ଅଜବ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ।



