ଅପହରଣ ଭୟରେ ମୁହଁରେ ଟାଟୁ
ଚୀନର ଡୁଲୋଙ୍ଗ ପ୍ରଜାତିର ଝିଅମାନେ ନିଜକୁ ଅପହରଣରୁ ସୁରକ୍ଷା ଦେବା ପାଇଁ ମୁହଁରେ ଟାଟୁ ନିର୍ମାଣ କରୁଥିବା ଜଣା ପଡିଛି । ସୂଚନା ଅନୁସାରେ ଏହି ଜନଜାତିର ଯେ କୌଣସି ଝିଅ ୧୨ କିମ୍ବା ୧୩ ବର୍ଷର ହେବା ପରେ ସେମାନଙ୍କ ମୁହଁରେ ଟାଟୁ କରାଯିବାର ପ୍ରଥା ରହିଛି । ଏଥିପାଇଁ ସେମାନଙ୍କ ମୁହଁରେ ଛୁଞ୍ଚି ଫୋଡାଯିବା ସହିତ ଅନ୍ୟ ପ୍ରକ୍ରିୟାକୁ ଅନୁକରଣ କରାଯାଇଥାଏ । ଏଥିପାଇଁ ସେମାନଙ୍କୁ ଅନେକ ଶାରିରୀକ କଷ୍ଟ ସହିବାକୁ ପଡିଥାଏ । […]
ଚୀନର ଡୁଲୋଙ୍ଗ ପ୍ରଜାତିର ଝିଅମାନେ ନିଜକୁ ଅପହରଣରୁ ସୁରକ୍ଷା ଦେବା ପାଇଁ ମୁହଁରେ ଟାଟୁ ନିର୍ମାଣ କରୁଥିବା ଜଣା ପଡିଛି । ସୂଚନା ଅନୁସାରେ ଏହି ଜନଜାତିର ଯେ କୌଣସି ଝିଅ ୧୨ କିମ୍ବା ୧୩ ବର୍ଷର ହେବା ପରେ ସେମାନଙ୍କ ମୁହଁରେ ଟାଟୁ କରାଯିବାର ପ୍ରଥା ରହିଛି । ଏଥିପାଇଁ ସେମାନଙ୍କ ମୁହଁରେ ଛୁଞ୍ଚି ଫୋଡାଯିବା ସହିତ ଅନ୍ୟ ପ୍ରକ୍ରିୟାକୁ ଅନୁକରଣ କରାଯାଇଥାଏ । ଏଥିପାଇଁ ସେମାନଙ୍କୁ ଅନେକ ଶାରିରୀକ କଷ୍ଟ ସହିବାକୁ ପଡିଥାଏ । ଟାଟୁ କରିବାପରେ ମହିଳାଙ୍କ ମୁହଁ ପୂରା ଟାଟୁରେ ଆଚ୍ଛାଦିତ ହୋଇଯାଇଥାଏ, ଯାହା ଫଳରେ ସେମାନେ କମ ଆକର୍ଷକ ଲାଗନ୍ତି ବୋଲି ଏମାନଙ୍କର ବିଶ୍ୱାସ । ତେଣୁ ସେମାନଙ୍କୁ ଆଉ କେହି ଅପହରଣ କରିବେ ନାହିଁ ବୋଲି ସମସ୍ତେ ମାନନ୍ତି, ଯେଉଁଥିପାଇଁ ସବୁ ମହିଳା ଏହି ପ୍ରଥାକୁ ଅନୁକରଣ କରନ୍ତି । ତେବେ ବର୍ତ୍ତମାନ ଏହି ପ୍ରଥା ଉପରେ ପ୍ରତିବନ୍ଧକ ଲାଗି ସାରିଛି ।




