ତନ୍ଦୁରୀ ଚିକେନ୍ ଟାକୋ
ସାମଗ୍ରୀ ୨ଟି ଚିକେନ ବ୍ରେଷ୍ଟ୍, ୨ଚାମଚ ତନ୍ଦୁରୀ ମସଲା, ୪ଟି ଟର୍ଟିଲା ଓ୍ୱାର୍ପସ, ଅଧା କପ୍ ସୋର କ୍ରିମ୍, କଟା ପିଆଜ, ଅଳ୍ପ ପରିମାଣ ସିଲାଣ୍ଟ୍ରୋ ଲିଭ୍, ଗୋଟିଏ କପ୍ ବ୍ଲାକ୍ ବିନ୍ସ, ଗୋଟିଏ କପ୍ ରେଡ୍ ବିନ୍ସ, ଗୋଟିଏ ଟମାଟ, ଶୁଖିଲା ଲଙ୍କା, ଅଲିଭ ତେଲ, ମରିଚଗୁଣ୍ଡ, ଲେମ୍ବୁ ରସ । ପ୍ରଣାଳୀ ଶାଲସା ସସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସମସ୍ତ ବିନ୍ସକୁ ଏକ ପାତ୍ରରେ ରଖି ଗୁଣ୍ଡ କରି ନିଅନ୍ତୁ । ଏଥିରେ […]
ସାମଗ୍ରୀ
୨ଟି ଚିକେନ ବ୍ରେଷ୍ଟ୍, ୨ଚାମଚ ତନ୍ଦୁରୀ ମସଲା, ୪ଟି ଟର୍ଟିଲା ଓ୍ୱାର୍ପସ, ଅଧା କପ୍ ସୋର କ୍ରିମ୍, କଟା ପିଆଜ, ଅଳ୍ପ ପରିମାଣ ସିଲାଣ୍ଟ୍ରୋ ଲିଭ୍, ଗୋଟିଏ କପ୍ ବ୍ଲାକ୍ ବିନ୍ସ, ଗୋଟିଏ କପ୍ ରେଡ୍ ବିନ୍ସ, ଗୋଟିଏ ଟମାଟ, ଶୁଖିଲା ଲଙ୍କା, ଅଲିଭ ତେଲ, ମରିଚଗୁଣ୍ଡ, ଲେମ୍ବୁ ରସ ।
ପ୍ରଣାଳୀ
ଶାଲସା ସସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସମସ୍ତ ବିନ୍ସକୁ ଏକ ପାତ୍ରରେ ରଖି ଗୁଣ୍ଡ କରି ନିଅନ୍ତୁ । ଏଥିରେ ଟମାଟୋ,ଲଙ୍କା ଓ ଅଲିଭ ତେଲ ମିଶାନ୍ତୁ । ଏହାପରେ ଏଥିରେ ଚିନି, ମରିଚଗୁଣ୍ଡ,ଲୁଣ ଓ ଲେମ୍ବୁ ରସ ମିଶାଇ ଗୋଳାନ୍ତୁ । ଏହାପରେ ତନ୍ଦୁରୀ ମସଲାରେ ଚିକେନ୍ ବ୍ରେଷ୍ଟକୁ ମାରିନେଟ୍ କରି ଗ୍ରିଲ୍ କରିନିଅନ୍ତୁ । ଏହାପରେ ଚିକେନକୁ କାଟି ଟର୍ଟିଲାରେ ରଖନ୍ତୁ । ଏହାପରେ ଏଥିରେ ପୂର୍ବପ୍ରସ୍ତୁତ ଶାଲସା ଓ ସୋର୍ କ୍ରିମ ଦେଇ ପ୍ରସ୍ତୁତ କରନ୍ତୁ ତନ୍ଦୁରୀ ଚିକେନ ଟାକୋ ।




