ମନର ନିଅନ୍ତୁ ଯତ୍ନ

ମନର ନିଅନ୍ତୁ ଯତ୍ନ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୁନାର ରାସ୍ତା

ଶାରିରୀକ ସ୍ବାସ୍ଥ୍ୟ ଭଳି ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବାର ମଧ୍ୟ ଆବଶ୍ୟକତା ରହିଛି । ଆଜିକାଲି ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ଖୁବ କମ ବୟସରୁ ମାନସିକ ସମସ୍ୟା ଦେଖିବାକୁ ମିଳୁଛି । ତେବେ ସମସ୍ୟା ଭିତରେ ବି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା କିଭଳି ଦୈନନ୍ଦିନ ଜୀବନରେ ନିଜ ମାନସିକ ସ୍ବାସ୍ଥ୍ୟର ଧ୍ୟାନ ରଖିପାରିବେ ।

ସମ୍ବନ୍ଧିତ ଖବର ରହିଛି ବିଭିନ୍ନ ପ୍ରକାର

୧.  ନିଦ୍ରା ଓ ବ୍ୟାୟାମ : ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ ସ୍ୱାସ୍ଥ୍ୟ ପରସ୍ପର ସହ ଜଡ଼ିତ । ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଦୈନିକ ୭ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ନିଦ୍ରା ଅଭାବରୁ ଚିଡ଼ିଚିଡ଼ାପଣ ଏବଂ ମାନସିକ ଚାପ ସୃଷ୍ଟି ହୁଏ। ସେହିପରି ନିୟମିତ ବ୍ୟାୟାମ କଲେ ଶରୀରରେ 'ଏଣ୍ଡୋରଫିନ୍'  ନାମକ ହରମୋନ କ୍ଷରିତ ହୁଏ, ଯାହା ମନକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧିତ ଖବର ବିଭିନ୍ନ କ୍ଷେତ୍ରରେ ଉପଯୋଗିତା

୨. ସାମାଜିକ ଯୋଗାଯୋଗ : ମଣିଷ ଏକ ସାମାଜିକ ପ୍ରାଣୀ। ଏକାକୀପଣ ଅନେକ ସମୟରେ ମାନସିକ ଅବସାଦର କାରଣ ହୋଇଥାଏ । ତେଣୁ ନିଜ ପରିବାର, ସାଙ୍ଗସାଥୀ ଏବଂ ଶୁଭେଚ୍ଛୁମାନଙ୍କ ସହ ସମୟ ବିତାଇବା ଉଚିତ । ନିଜର ମନର କଥା କାହା ସହିତ ସେୟାର କଲେ ମନ ହାଲୁକା ହୁଏ । ସାମାଜିକ ସ୍ତରରେ ଲୋକଙ୍କ ସହ ମିଳାମିଶା କରିବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ।

୩. ସକାରାତ୍ମକ ଚିନ୍ତାଧାରା : ଆମର ଚିନ୍ତାଧାରା ଆମ ମାନସିକ ଅବସ୍ଥାକୁ ପ୍ରଭାବିତ କରିଥାଏ । ସବୁବେଳେ ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ପ୍ରତିଦିନ କିଛି ସମୟ ଧ୍ୟାନ କିମ୍ବା ଯୋଗ କରନ୍ତୁ । ଏହା ଆପଣଙ୍କୁ ବର୍ତ୍ତମାନରେ ବଞ୍ଚିବା ଶିଖାଇଥାଏ ଏବଂ ଅଯଥା ଭୟ କିମ୍ବା ଚିନ୍ତାରୁ ମୁକ୍ତି ଦେଇଥାଏ। ନିଜ ଭିତରେ ଥିବା ଭଲ ଗୁଣ ଗୁଡ଼ିକୁ ଚିହ୍ନନ୍ତୁ ଏବଂ କୃତଜ୍ଞତା ଜଣାନ୍ତୁ ।

୪. ସୁସ୍ଥ ଖାଦ୍ୟପେୟ : ଆମେ ଯାହା ଖାଉ ତାହାର ପ୍ରଭାବ ଆମ ମସ୍ତିଷ୍କ ଉପରେ ପଡ଼ିଥାଏ। ପୁଷ୍ଟିକର ଖାଦ୍ୟ, ଫଳ ଏବଂ ପନିପରିବା ମାନସିକ ସ୍ଥିରତା ପାଇଁ ସହାୟକ ହୁଏ । ସେହିପରି ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟାନ୍ୟ ନିଶାଦ୍ରବ୍ୟ ସାମୟିକ ଭାବେ ଆରାମ ଦେଲା ପରି ମନେ ହେଉଥିଲେ ମଧ୍ୟ ଦୀର୍ଘ ସମୟ ପାଇଁ ମାନସିକ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ଆପଣାଇବା ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ।

Tags: