ଟାଟୁ କରିବା ପୂର୍ବରୁ ନିଅନ୍ତୁ ପରାମର୍ଶ

ଟାଟୁ କରିବା ପୂର୍ବରୁ ନିଅନ୍ତୁ ପରାମର୍ଶ
Ipsita Picture
By: Ipsita
Published On

 

ଟାଟୁ କରିବା ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେଉଥିବା ବେଳେ, ଏହା ମାନବ ଶରୀର ଓ ରୋଗ ପ୍ରତିରୋଧକ ଶକ୍ତି ଉପରେ କିପରି ଆଜୀବନ ପ୍ରଭାବ ପକାଏ ସେନେଇ ବୈଜ୍ଞାନିକମାନେ ଏକ ଚିନ୍ତାଜନକ ତଥ୍ୟ ପ୍ରକାଶ କରିଛନ୍ତି । ଗବେଷଣା ଅନୁସାରେ, ଟାଟୁର ରଙ୍ଗ ବା କାଳି ଚର୍ମର ମଧ୍ୟଭାଗରେ ପ୍ରବେଶ କରିବା ମାତ୍ରେ ଶରୀର ଏହାକୁ ଏକ ବାହ୍ୟ ଶତ୍ରୁ ଭାବେ ଗ୍ରହଣ କରି ଶ୍ୱେତ ରକ୍ତ କଣିକା ଜରିଆରେ ନଷ୍ଟ କରିବାକୁ ଚେଷ୍ଟା କରିଥାଏ । ହେଲେ ରଙ୍ଗର କଣିକାଗୁଡ଼ିକ ଆକାରରେ ବଡ଼ ହୋଇଥିବାରୁ ସେଗୁଡ଼ିକ ସେଠାରେ ସ୍ଥାୟୀ ଭାବେ ରହିଯାଆନ୍ତି ଏବଂ ପରବର୍ତ୍ତୀ ସମୟରେ ଏହି ସୂକ୍ଷ୍ମ କଣିକାଗୁଡ଼ିକ ଶରୀରର ମୁଖ୍ୟ ପ୍ରତିରକ୍ଷା କେନ୍ଦ୍ର କୁହାଯାଉଥିବା ଲିମ୍ଫ ନୋଡ୍ସରେ ଜମା ହୋଇ ରୋଗ ସହ ଲଢ଼ିବା ଶକ୍ତିକୁ ପ୍ରଭାବିତ କରିଥାନ୍ତି । ନିକଟରେ ଆମେରିକୀୟ ର୍ୟାପର ଏମ୍ଜିନେ ନିଜ ଶରୀରରେ ବଡ଼ ଧରଣର ବ୍ଲାକ୍ୱର୍କ ଟାଟୁ କରିବା ଯୋଗୁଁ ଗମ୍ଭୀର ଅସୁସ୍ଥ ହୋଇପଡିଥିଲେ । ବିଶେଷଜ୍ଞଙ୍କ ଅନୁସାରେ ବିଶେଷ କରି ଲାଲ୍, ହଳଦିଆ ଓ କମଳା ରଙ୍ଗର କାଳି ଶରୀରରେ ଦୀର୍ଘକାଳୀନ ଆଲର୍ଜି  ସୃଷ୍ଟି କରିଥାଏ । ବଜାରରେ ମିଳୁଥିବା ଅନେକ ଟାଟୁ ରଙ୍ଗରେ କାର୍ ପେଣ୍ଟ୍, ପ୍ଲାଷ୍ଟିକ୍ ଏବଂ ନିକେଲ୍, କ୍ରୋମିୟମ୍ ଓ ସୀସା ଭଳି ଭାରୀ ଧାତୁ ବ୍ୟବହାର କରାଯାଉଥିବାରୁ ଏହା ସୂର୍ଯ୍ୟକିରଣ କିମ୍ବା ଲେଜର ପ୍ରକ୍ରିୟା ସଂସ୍ପର୍ଶରେ ଆସି କର୍କଟ ରୋଗର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ଯେକୌଣସି ବ୍ୟକ୍ତି ବିଶେଷ କରି ଅଟୋଇମ୍ୟୁନ୍ ସମସ୍ୟା ଥିବା ଲୋକମାନେ ଟାଟୁ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।

Tags: