ପହଁରିବାରେ ରେକର୍ଡ
ଧୂଳି ମାଟିରେ ଖେଳିବା ସମୟରେ ରେକଡ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି କୁନି ପୁଅ ଇଶାଙ୍କ । ନିଜ ବାପାମାଆଙ୍କ ସହିତ ନିଜ ଦେଶ ପାଇଁ ଗର୍ବ ଆଣିଛନ୍ତି ଇଶା । ସୂଚନା ଅନୁସାରେ ଝାଡ଼ଖଣ୍ଡ ରାଞ୍ଚିର ୭ ବର୍ଷୀୟ ବାଳକ ଇଶାଙ୍କ ଶ୍ରୀଲଙ୍କାରୁ ଭାରତ ପର୍ଯ୍ୟନ୍ତ ସମୁଦ୍ରରେ ପହଁରି ଏକ ନୂଆ ବିଶ୍ୱ ରେକର୍ଡ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ସେ ଆସନ୍ତା ୩୦ ଏପ୍ରିଲରେ ଶ୍ରୀଲଙ୍କାର ତଲୈମନ୍ନାରରୁ ପହଁରିବା ଆରମ୍ଭ କରି ଭାରତର ଧନୁଷକୋଡିରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି, ଯାହାର ଦୂରତା ପ୍ରାୟ ୩୦ କିଲୋମିଟର । ଏହି ମିଶନ ପାଇଁ ଇଶାଙ୍କ ମାତ୍ର ଅଢ଼େଇ ବର୍ଷ ବୟସରୁ ପହଁରା ଶିଖୁଥିବା ବେଳେ ବର୍ତ୍ତମାନ ସେ ପ୍ରତିଦିନ ୪-୫ ଘଣ୍ଟା ପାଣିରେ ରହି ୧୫-୨୦ କିଲୋମିଟର ପହଁରିବା ଅଭ୍ୟାସ କରୁଛନ୍ତି । ରାଞ୍ଚିର ଧୁର୍ଭା ଡ୍ୟାମରେ କୋଚ୍ ଅମନ କୁମାର ଓ ବଜରଙ୍ଗ କୁମାରଙ୍କ ତତ୍ତ୍ୱାବଧାନରେ ସେ ଏହି କଠିନ ତାଲିମ ନେଉଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ କରିବା ମାତ୍ରେ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିବେ ।
Tags:



