ଚର୍ଚ୍ଚାରେ ସୁରତ ଡାଇମଣ୍ଡ୍ ବୋର୍ସ
ବିଶ୍ୱର ସର୍ବବୃହତ୍ କାର୍ଯ୍ୟାଳୟ ପ୍ରସଙ୍ଗରେ ସର୍ବପ୍ରଥମେ ଆମେରିକାର ପେଣ୍ଟାଗନ୍ର ନାଁ ଆସିଥାଏ । ମାତ୍ର ଏହାକୁ ପଛରେ ପକାଇ ଭାରତ ବିଶ୍ୱର ସବୁଠୁ ବଡ ଅଫିସ୍ ବିଲଡିଂ ନିର୍ମାଣ କରିବାର ଗୌରବ ଅର୍ଜନ କରିଛି । ସୁରତରେ ୬.୭ ନିୟୁତ ବର୍ଗଫୁଟର କନ୍ଷ୍ଟ୍ରକ୍ସନ୍ ଏରିଆରେ ଡାଇମଣ୍ଡ୍ ବୋର୍ସ ନାମକ ଏକ ବିଲଡିଂ ନିର୍ମାଣ କରାଯାଇଛି, ଯାହାକୁ ବିଶ୍ୱର ସବୁଠୁ ବଡ କାର୍ଯ୍ୟାଳୟ କୁହାଯାଉଛି । ଦୀର୍ଘ ୮୦ ବର୍ଷ ଧରି ଆମେରିକାର ପ୍ରତିରକ୍ଷା ବିଭାଗର ପେଣ୍ଟାଗନ୍ ବିଲଡିଂ […]
ବିଶ୍ୱର ସର୍ବବୃହତ୍ କାର୍ଯ୍ୟାଳୟ ପ୍ରସଙ୍ଗରେ ସର୍ବପ୍ରଥମେ ଆମେରିକାର ପେଣ୍ଟାଗନ୍ର ନାଁ ଆସିଥାଏ । ମାତ୍ର ଏହାକୁ ପଛରେ ପକାଇ ଭାରତ ବିଶ୍ୱର ସବୁଠୁ ବଡ ଅଫିସ୍ ବିଲଡିଂ ନିର୍ମାଣ କରିବାର ଗୌରବ ଅର୍ଜନ କରିଛି । ସୁରତରେ ୬.୭ ନିୟୁତ ବର୍ଗଫୁଟର କନ୍ଷ୍ଟ୍ରକ୍ସନ୍ ଏରିଆରେ ଡାଇମଣ୍ଡ୍ ବୋର୍ସ ନାମକ ଏକ ବିଲଡିଂ ନିର୍ମାଣ କରାଯାଇଛି, ଯାହାକୁ ବିଶ୍ୱର ସବୁଠୁ ବଡ କାର୍ଯ୍ୟାଳୟ କୁହାଯାଉଛି । ଦୀର୍ଘ ୮୦ ବର୍ଷ ଧରି ଆମେରିକାର ପ୍ରତିରକ୍ଷା ବିଭାଗର ପେଣ୍ଟାଗନ୍ ବିଲଡିଂ ଏହି ଉପାଧି ଲାଭ କରିଥିଲା । ମାତ୍ର ବର୍ତ୍ତମାନ ପରଠାରୁ ଆମେରିକା ନିକଟରୁ ସୁରତ ଏହି ଉପାଧି ଛଡାଇ ଆଣିଛି । ସୁରତକୁ ବିଶ୍ୱର ରନି ରାଜଧାନୀ କୁହାଯାଉଥିବାବେଳେ ଏଠାରେ ୯୦% ହୀରା ଉତ୍ପାଦନ କରାଯାଏ । ଏହି ନୂତନ ବିଲଡିଂ କୁ ହୀରା ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯିବ । ଏଠାରେ ୬୫ ହଜାରରୁ ଅଧିକ ହୀରା କର୍ମଚାରୀ ଏକତ୍ର କାର୍ଯ୍ୟ କରିବେ ।

୧୫ ମହଲା ବିଶିଷ୍ଟ ଏହି ଅଫିସ୍ ବିଲଡିଂକୁ ୩୫ ଏକର ଜମି ଉପରେ ୱାନ୍ ଷ୍ଟପ୍ ଡେଷ୍ଟିନେସନ୍ ରୂପେ ନିର୍ମାଣ କରାଯାଇଛି । ଆସନ୍ତା ନଭେମ୍ବର ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟନ କରାଯିବା ପରେ ସର୍ବସାଧାରଣଙ୍କ ପାଇଁ ଏହି ବିଲଡିଂକୁ ଖୋଲାଯିବ । ୪ ବର୍ଷ ଧରି ଏହାକୁ ନିର୍ମାଣ କରାଯାଇଛି । ଏହି ବାଣିଜ୍ୟିକ କମ୍ପ୍ଲେକ୍ସର ୨୦ ଲକ୍ଷ ବର୍ଗଫୁଟ ଏରିଆରେ ମନୋରଞ୍ଜନ ଏବଂ ପାର୍କିଂ ପ୍ଲେସ୍ କରାଯାଇଛି । ଏହି ଡାଇମଣ୍ଡ ବୋର୍ସରେ ୪୫୦୦ରୁ ଅଧିକ ଅଫିସ୍ ରହିଥିବାବେଳେ ପ୍ରତି ମହଲାରେ ୧୩୦ଟି ଲିଫଫ ରହିଛି । ଏହାକୁ ନିର୍ମାଣ କରିବାରେ ପ୍ରାୟ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ଏକ ଅନ୍ତର୍ଜାତୀୟ ଡିଜାଇନ୍ ପ୍ରତିଯୋଗିତା ଅନ୍ତର୍ଗତ ଭାରତୀୟ ଆର୍କିଟେକ୍ଚର କମ୍ପାନୀ ମାର୍ଫୋଜେନେସିସ୍ର ମନିତ୍ ରସ୍ତୋଗୀ ଏହି ବିଲଡିଂର ଡିଜାଇନ୍ ପ୍ରସ୍ତୁତ କରିଥିଲେ । ନବନିର୍ମିତ ଏହି ଅଫିସ୍ରେ ୯ଟି ବିଲଡିଂ ରହିଥିବାବେଳେ ଏଥିରେ କନ୍ଫରେନ୍ସ ହଲ୍, ମଲଫି ପର୍ପୋଜ୍ ହଲ୍, ରେସ୍ତଉରାଣ୍ଟ, ବ୍ୟାଙ୍କ୍, କଷ୍ଟମ୍ କ୍ଲିଅରାନ୍ସ ହାଉସ୍, କନ୍ଭେନ୍ସନ୍ ସେଣ୍ଟର, ଏଗ୍ଜିବିସନ୍ ସେଣ୍ଟର, ଟ୍ରେନିଙ୍ଗ୍ ସେଣ୍ଟର, ଏଣ୍ଟରଟେନ୍ମେଣ୍ଟ ଏରିଆ, ସେଫ୍ ଡିପୋଜିଟ୍ ଭଲଫସ୍, ଏବଂ କ୍ଲବ୍ ଆଦି ରହିଛି ।




