ସୁପରଫୁଡ
ଏଭଳି ଅନେକ ଖାଦ୍ୟ ରହିଛି ଯାହାକୁ ଆମେ ଆମ ଦୈନନ୍ଦିନ ଜୀବନରେ ସାମିଲ କରିବାଫଳରେ ଆମ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ସମସ୍ତ ଖାଦ୍ୟ ଆମ ଶରୀରକୁ ଅନେକ ପୋଷକ ତତ୍ୱ ଯୋଗାଇଥାଏ । ଏହି ଗୁଡିକ ବିଭିନ୍ନ ରୋଗ ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଆସନ୍ତୁ ସେହିଭଳି କିଛି ସୁପରଫୁଡ ସମ୍ପର୍କରେ ଜାଣିବା ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ।
ଫ୍ଲାକ୍ସ ସିଡ୍ସ - ଫ୍ଲାକ୍ସ ସିଡସ୍ରେ ଅଧିକମାତ୍ରାରେ ଓମେଗା ୩ର ମାତ୍ରା ଖୁବ ଅଧିକ ରହିଥାଏ । କେବଳ ଓମେଗା ୩ ନୁହେଁ ଏହା ସହିତ ଫାଇବାରର ମାତ୍ରା ଅଧିକ ଥିବାରୁ ହଜମରେ ଖୁବ ସହାୟକ ହୋଇଥାଏ । ସେହିଭଳି ଏହା ଆମର ହାର୍ଟ ହେଲଥ ପାଇଁ ମଧ୍ୟ ଭଲ ହୋଇଥାଏ । ତେଣୁ ଏହାକୁ ସବୁଦିନର ଖାଦ୍ୟ ସହିତ ସାମିଲ କରନ୍ତୁ ।
କନ୍ଦମୂଳ - କନ୍ଦମୂଳର ସ୍ୱାଦ ଖୁବ ଭଲ ହୋଇଥାଏ । ଏହାକୁ ପୋଡି କିମ୍ବା ସିଝାଇ ଖାଇଲେ ଏହା ଖୁବ ରୁଚିକର ହୋଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବରର ମାତ୍ରା ଅଧିକ ଥାଏ ଯାହା ଏହାକୁ ପୋଷକ ତତ୍ୱରେ ଭରପୂର କରିଥାଏ । ସେହିଭଳି ଏଥିରୁ ଗୋଟିଏ ଖାଇଲେ ଆପଣଙ୍କୁ ଭୋକ କମ ଲାଗିଥାଏ ତେଣୁ ଆପଣ ଅନ୍ୟ ଜଙ୍କଫୁଡ ଖାଇବାରୁ ବଞ୍ଚିଥାଆନ୍ତି ।
ଓଟସ୍ - ଏହା ଆମର ବ୍ୟାଡ୍ କୋଲଷ୍ଟ୍ରୋଲ ଲେବଲ କମାଇବାକୁ ବିଶେଷ ସହାୟକ ହୋଇଥାଏ । ଏହାସହ ଆମ ଏନର୍ଜି ଲେବଲକୁ ମଧ୍ୟ ବୁଷ୍ଟ କରିଥାଏ । ଏହାକୁ ସକାଳ ଜଳଖିଆରେ ସାମିଲ କରନ୍ତୁ ଖୁବ ଲାଭ ମିଳିବ ।
ଗାଜର - ଗାଜର ଏଭଳି ଏକ ପରିବା ଯେଉଥିରେ ଖୁବ ପୋଷକ ତତ୍ୱ ଭରି ରହିଥାଏ । ଏହା ଆମର ଦୃଷ୍ଟି ଶକ୍ତି, ଚର୍ମ, ରୋଗପ୍ରତିରୋଧକ ଶକ୍ତି ଆଦିକୁ ବଢାଇବାରେ ବିଶେଷ ସହାୟକ ହୋଇଥାଏ । ସେହିଭଳି ଏହାକୁ ରୋଷେଇ କରିବା ମଧ୍ୟ ଖୁବ ସହଜ ହୋଇଥାଏ ତେଣୁ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଲାଭ ମିଳିବ ।
ବାଦାମ - ବର୍ଷାଦିନ ଆସିଲେ ଖୋଜାପଡେ ଭଜା ବାଦାମ । ହେଲେ କେବଳ ବର୍ଷାଦିନେ ନୁହେଁ ବରଂ ଏହାକୁ ସବୁଦିନ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହା ମାଂସପେଶୀର ଶକ୍ତିକୁ ବଢାଇବାକୁ ଖୁବ ସାହାଯ୍ୟ କରିଥାଏ । ଏହାସହ କ୍ରେଭିଂକୁ କମାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।
Related Posts



