ସୁପର ପାୱାର ନିଶା

ସୁପର ପାୱାର ନିଶା
Ipsita Picture
By: Ipsita
Published On

 

ବୋଲିଭିଆରେ ଜଣେ ୮ ବର୍ଷର ଶିଶୁ ସ୍ପାଇଡର୍-ମ୍ୟାନ୍ ଭଳି ସୁପରପାୱାର ପାଇବା ନିଶାରେ ନିଜକୁ ଏକ ବିଷାକ୍ତ 'ବ୍ଲାକ୍ ୱିଡୋ' ବୁଢ଼ିଆଣୀ ଦ୍ୱାରା କାମୁଡ଼ାଇଥିବା ଜଣାପଡିଛି । ସୂଚନା ଅନୁସାରେ ଶିଶୁଟି ବୁଢ଼ିଆଣୀ ଶରୀରରେ ଥିବା ନାଲି ରଙ୍ଗର ଚିହ୍ନ ଦେଖି ଏହା ସେହି ସ୍ପେଶାଲ ବୁଢ଼ିଆଣୀ ଯିଏ ଫିଲ୍ମ ଭଳି ତାକୁ ସୁପରହିରୋ ବନେଇଦେବ ବୋଲି ଭାବି ନେଇଥିଲା । କିନ୍ତୁ ବାସ୍ତବ ଜୀବନରେ ଏହାର ପରିଣାମ ଓଲଟା ହୋଇଥିଲା ; ବୁଢ଼ିଆଣୀ କାମୁଡ଼ିବା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବ୍ଲାକ୍ ୱିଡୋ ଦୁନିଆର ସବୁଠାରୁ ବିଷାକ୍ତ ବୁଢ଼ିଆଣୀମାନଙ୍କ ମଧ୍ୟରୁ ଅନ୍ୟତମ । ଯାହାର କାମୁଡ଼ା ଯୋଗୁଁ ଶରୀରରେ ପ୍ରବଳ ଯନ୍ତ୍ରଣା, ମାଂସପେଶୀରେ ଷ୍ଟ୍ରେନ୍ ଏବଂ ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ଦେଖାଦେଇଥାଏ । ତେବେ ଡାକ୍ତରମାନେ ଶିଶୁଟିକୁ ଆଣ୍ଟିଭେନମ୍ ଦେଇ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅଧିକାରୀମାନେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଏହା କୌଣସି ଦୁଷ୍ଟାମି ନଥିଲା ବରଂ ଶିଶୁଟି ଫିଲ୍ମ ଓ କାହାଣୀକୁ ପ୍ରକୃତ ସତ୍ୟ ବୋଲି ମାନି ନେଇଥିଲା । ତେବେ ଏହି ଘଟଣାପରେ ଯାହା ଶିଶୁମାନଙ୍କ ମନସ୍ତତ୍ତ୍ୱ ଉପରେ କାଳ୍ପନିକ ଚରିତ୍ରମାନଙ୍କର ପ୍ରଭାବକୁ ସ୍ପଷ୍ଟ କରୁଛି ।

Tags: