ରାତିରେ ମିଳିବ ସୂର୍ଯ୍ୟକିରଣ

ରାତିରେ ମିଳିବ ସୂର୍ଯ୍ୟକିରଣ
Ipsita Picture
By: Ipsita
Published On


ବିଜ୍ଞାନକୁ ବ୍ୟବହାର କରି ଅନେକ କାର୍ଯ୍ୟ ବର୍ତ୍ତମାନ ସିଦ୍ଧ ହେବାରେ ଲାଗିଛି । ବିଜ୍ଞାନକୁ ବ୍ୟବହାର କରି ବିଭିନ୍ନ ପ୍ରକାର ନୂତନ ଉଦ୍ଭୁାବନ କରାଯାଉଛି, ଯାହା ସାରା ଦୁନିଆକୁ ଚକିତ କରୁଛି । ସେହିଭଳି ଏକ ଉଦ୍ଭୁାବନ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ବର୍ତ୍ତମାନ କାଲିଫର୍ଣ୍ଣଆର ଏକ କମ୍ପାନୀ ରାତିର ଅନ୍ଧାରରେ ସୂର୍ଯ୍ୟକୁ ଚମକାଇବାକୁ ଯୋଜନା କରୁଛନ୍ତି । ଏଠିକାର ଏକ ଷ୍ଟାର୍ଟଅପ କମ୍ପାନୀ ଏନେଇ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ମହାକାଶରେ ଏକ ହଜାରଟି ଦର୍ପଣ ଲଗାଇବାକୁ ଯୋଜନା କରିଛି । ଯାହା ସାହାଯ୍ୟରେ ସୂର୍ଯ୍ୟଙ୍କର କିରଣ ପ୍ରତିଫଳିତ ହୋଇ ରାତିରେ ମଧ୍ୟ ପୃଥିବୀକୁ ଆଲୋକିତ କରିବ । ଏହି ଦର୍ପଣ ଗୁଡିକର ସାହାଯ୍ୟରେ ରାତିରେ ସୋଲାର ଫାର୍ମ ଗୁଡିକୁ ସୂର୍ଯ୍ୟ କିରଣ ଯୋଗାଯାଇ ବିଜୁଳି ଉତ୍ପାଦନ କରାଯିବ, ଯାହା ଖୁବ କାମରେ ଆସିବ ବୋଲି କମ୍ପାନୀ ସୂଚନା ଦେଇଛି । ଏହି ପ୍ରକଳ୍ପର ନାଁ ରଖାଯାଇଛି ରିଫ୍ଲେକଫ ଅର୍ବିଟାଲ ୨୦୨୬, ଯାହାର ଆରମ୍ଭ ଆସନ୍ତା ବର୍ଷ କରାଯିବ । ୨୦୩୦ ସୁଦ୍ଧା ଏହି କାମକୁ ସାରିବାକୁ କମ୍ପାନୀ ଲକ୍ଷ ରଖିଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଏକ୍ସପର୍ଟଙ୍କ ମତରେ ଏହି ଦର୍ପଣ ଗୁଡିକୁ ଲଗାଯିବା ଫଳରେ ପୃଥିବୀ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

Tags: