ପିଲାଙ୍କ ପାଇଁ ସମର୍‌ ଟିପ୍ସ

ଖରାଦିନ ଆସିଲେ ପିଲାଙ୍କର ମଉଜ ମଜଲିସ୍‌ କରିବାର ଦିନ ଆସିଥାଏ । ଏହି ସମୟରେ ସ୍କୁଲ ଛୁଟି ଥିବାରୁ ସେମାନେ ବିଭିନ୍ନ ଖେଳରେ ମାତି ଥାଆନ୍ତି । ତେବେ ଏହି ସମୟରେ ବାପା ମାଙ୍କର ଚିନ୍ତା ବଢିଥାଏ । କାରଣ ଖରା ଗରମ କାରଣରୁ ସେମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ଡର ବଢିଥାଏ । ତେଣୁ ଏହି ଦିନରେ ପିଲାଙ୍କର ଅଧିକ ଯନି ରଖିବାକୁ ହୋଇଥାଏ । ହାଇଡ୍ରେଟ ରଖନ୍ତୁ – ସବୁବେଳେ ପିଲାଙ୍କୁ ହାଇଡ୍ରେଟ୍‌ […]

Samaya Live Picture
Published On

ଖରାଦିନ ଆସିଲେ ପିଲାଙ୍କର ମଉଜ ମଜଲିସ୍‌ କରିବାର ଦିନ ଆସିଥାଏ । ଏହି ସମୟରେ ସ୍କୁଲ ଛୁଟି ଥିବାରୁ ସେମାନେ ବିଭିନ୍ନ ଖେଳରେ ମାତି ଥାଆନ୍ତି । ତେବେ ଏହି ସମୟରେ ବାପା ମାଙ୍କର ଚିନ୍ତା ବଢିଥାଏ । କାରଣ ଖରା ଗରମ କାରଣରୁ ସେମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ଡର ବଢିଥାଏ । ତେଣୁ ଏହି ଦିନରେ ପିଲାଙ୍କର ଅଧିକ ଯନି ରଖିବାକୁ ହୋଇଥାଏ ।
ହାଇଡ୍ରେଟ ରଖନ୍ତୁ – ସବୁବେଳେ ପିଲାଙ୍କୁ ହାଇଡ୍ରେଟ୍‌ ରଖନ୍ତୁ । ସେମାନଙ୍କୁ ପାଣି,ଜୁସ୍‌, ଜଳୀୟଅଂଶ ଥିବା ଫଳ, ଲେମ୍ବୁ ପାଣି ଆଦି ପିଇବାକୁ ଦିଅନ୍ତୁ । ଖରା ସମୟରେ ବାହାରକୁ ଛାଡିବାରୁ ନିବୃତ୍ତ ରୁହନ୍ତୁ । ସବୁବେଳେ ପିଲାଙ୍କୁ ପାଖରେ ପାଣି ବୋତଲ ଦିଅନ୍ତୁ ।
ଆକଫିଭ ରଖନ୍ତୁ – ପିଲାଙ୍କୁ ଖରାଦିନେ ଆକ୍ଟିଭ ରଖନ୍ତୁ, ଯେପରି ଭଟିଗୋ ଭଳି ସମସ୍ୟାରୁ ସେମାନେ ଦୂରରେ ରହିବେ । ତେଣୁ ସେମାନଙ୍କୁ ବେଶି ଥକାପଣ ଦେଉଥିବା ଖେଳ ନହେଲେ ବି ହାଲକା ଫୁଲକା ଖେଳଖେଳାଇ ଆକ୍ଟିଭ ରଖନ୍ତୁ ।
ପିନ୍ଧାନ୍ତୁ ହାଲୁକା ପୋଷାକ – ସବୁବେଳେ ଖରାଦିନେ ପିଲା ବାହାରକୁ ଯାଉ କିମ୍ବା ଘରେ ରହୁ ହାଲୁକା ପୋଷାକ ପିନ୍ଧାନ୍ତୁ । ଏହା ଦ୍ୱାରା ପିଲାଙ୍କୁ ଗୁଳିଗୁଳି କାରଣରୁ ଷ୍ଟ୍ରୋକ ହେବାର ସମ୍ଭାବନା କମିଥାଏ । ସେମାନେ ଆରାମରେ ଖେଳିବୁଲି ପାରିବେ I

ଫ୍ରୁଟଜୁସ – ଖରାଦିନେ ଯେହେତୁ ସମସ୍ତ ସ୍କୁଲ କିମ୍ବା ଶିକ୍ଷଣୀୟ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥାଏ ,ତେଣୁ ପିଲାମାନେ ସନ୍ଧ୍ୟା ସମୟରେ କମ ପଢାପଢି କରିଥାନ୍ତି I ତେଣୁ ଆପଣ ସନ୍ଧ୍ୟା ବେଳେ ବଜାର ମିଳୁଥିବା ଫଳ ସବୁ ଆଣି ସେଥିରେ ଫ୍ରୁଟ ଜୁସ ତିଆରି କରନ୍ତୁ ଓ ପିଲାକୁ ଶିଖାନ୍ତୁ I ଏମିତି ହେଲେ ଘରେ ପିଲାର ମନ ଲାଗି ରହିବ I

ରଙ୍ଗୋଲି ଆଂକନ୍ତୁ – ଘରେ ପିଲା ସହିତ ମିଶି ରଙ୍ଗୋଲି ଆଂକନ୍ତୁ I ପିଲାମାନେ ରଙ୍ଗରେ ଖେଳିବା ପାଇଁ ଖୁବ ଖୁସି ହୁଅନ୍ତି I ସେହି ଗୁଣ୍ଡ ରଙ୍ଗରେ ପିଲାମାନଙ୍କୁ ଆର୍ଟ କରିବା ଶିଖାନ୍ତୁ I

Tags: