ସୁଇସାଇଡ୍‌ ପ୍ଲାଣ୍ଟ୍‌

ବିଶ୍ୱର ଅନେକ ପ୍ରକାରର ଗଛଲତା ରହିଥିବାବେଳେ ସମସ୍ତଙ୍କର ନିଜନିଜର ବିଶେଷତା ରହିଛି । ପ୍ରତ୍ୟେକ ଟି ଗଛ ଆମକୁ ଅମ୍ଳଜାନ ଦେଉଥିବାବେଳେ କିଛି ନା କିଛି ରୋଗର ଉପଚାର ମଧ୍ୟ କରିଥାଏ । ମାତ୍ର ଏଭଳି ଏକ ଗଛ ଅଛି, ଯାହାଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଏହି ଗଛ ମଣିଷଙ୍କୁ ମରିବା ପାଇଁ ବାଧ୍ୟ କରିବା ସହିତ ଏହାର ଏକ ପତ୍ର ହାତରେ ବାଜିଲେ କରେଣ୍ଟ ଲାଗିଲା ଭଳି ଅନୁଭବ ଦେଉଛି । […]

Samaya Live Picture
Published On

ବିଶ୍ୱର ଅନେକ ପ୍ରକାରର ଗଛଲତା ରହିଥିବାବେଳେ ସମସ୍ତଙ୍କର ନିଜନିଜର ବିଶେଷତା ରହିଛି । ପ୍ରତ୍ୟେକ ଟି ଗଛ ଆମକୁ ଅମ୍ଳଜାନ ଦେଉଥିବାବେଳେ କିଛି ନା କିଛି ରୋଗର ଉପଚାର ମଧ୍ୟ କରିଥାଏ । ମାତ୍ର ଏଭଳି ଏକ ଗଛ ଅଛି, ଯାହାଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଏହି ଗଛ ମଣିଷଙ୍କୁ ମରିବା ପାଇଁ ବାଧ୍ୟ କରିବା ସହିତ ଏହାର ଏକ ପତ୍ର ହାତରେ ବାଜିଲେ କରେଣ୍ଟ ଲାଗିଲା ଭଳି ଅନୁଭବ ଦେଉଛି । ଏଭଳି ଏକ ବିପଦପୂର୍ଣ୍ଣ ଗଛକୁ ୟୁକେରେ ଲଗାାଯାଇଛି । ମଣିଷଙ୍କ ଶରୀର ଏହି ଗଛ ସଂସ୍ପର୍ଶରେ ଆସିବା ମାତ୍ରକେ ମଣିଷଙ୍କୁ ଏତେ କଷ୍ଟ ଦେବ ଯେ ଏହାଦ୍ୱାରା ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଇବେ ନାହିଁ । ଜିମ୍ପିଜିମ୍ପି ନାମକ ଏହି ପ୍ଲାଣ୍ଟ୍‌କୁ ନର୍ଥଅମ୍ବରଲାଣ୍ଡ୍‌ର ଅଲନ୍ୱିକ୍‌ ଗାର୍ଡେନ୍‌ରେ ଲଗାଯାଇଛି । ଏହାସହ ଡିସପ୍ଲେରେ ଏହାକୁ ଛୁଅନ୍ତୁ ନାହିଁ ବୋଲି ସ୍ପଷ୍ଟ ରୂପେ ଲେଖାଯାଇଛି । ଏହି ଗଛ ଅଧିକାଂଶ ଅଷ୍ଟ୍ରେଲିଆରେ ମିଳିଥାଏ । ଏହାବ୍ୟତୀତ ଇଣ୍ଡୋନେସିଆର ରେନ୍‌ ଫରେଷ୍ଟରୁ ମଧ୍ୟ ଏହି ପ୍ଲାଣ୍ଟ୍‌ ମିଳିଛି । ଏହି ଗଛର ପତ୍ରରେ ଛୋଟଛୋଟ ଛୁଞ୍ଚି ଭଳି ରହିଛି । ଏହି ଛୁଞ୍ଚି ସଂସ୍ପର୍ଶରେ ଆସିଲେ ୨୦ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ କଷ୍ଟ ଅନୁଭୂତ ହେବ । ଏତେ ଜୋରରେ କଷ୍ଟ ହେବ ଯେ ଜଣେ ମରିବାକୁ ପସନ୍ଦ କରିବ ବୋଲି ପଏଜନ ଗାର୍ଡେନ୍‌ର ଟୁର୍‌ ଗାଇଡ୍‌ ଜନ୍‌ କ୍ନାକ୍ସ କହିଛନ୍ତି । ୧୮୬୬ରେ ଏହି ପ୍ଲାଣ୍ଟ୍‌ର ସନ୍ଧାନ କରାଯାଇଥିଲା । ସେତେବେଳେ ଗୋଟିଏ ଜୀବ ଏହ ଗଛ ସଂସ୍ପର୍ଶରେ ଆସି କେବଳ ୨ ଘଣ୍ଟା ମଧ୍ୟରେ ମୃତୁ୍ୟବରଣ କରିଥିଲା । ବର୍ତ୍ତମାନ ଏହି ପ୍ଲାଣ୍ଟ୍‌କୁ ପଏଜନ୍‌ ଗାର୍ଡେନ୍‌ରେ ଲଗାଯାଇଛି, ଯେଉଁଠି ଶତାଧିକ ବିପଦପୂର୍ଣ୍ଣ ଏବଂ ବିଷଧର ପ୍ଲାଣ୍ଟ ରହିଛି ।

Tags: