ସହିଥିଲେ ଘରୋଇ ହିଂସା
ସଙ୍ଗୀତରେ ଏତେ ସଫଳତା ପାଇଥିବା ଆଶା ଭୋସଲେଙ୍କ ବ୍ୟକ୍ତିଗତ ଜୀବନ ଅନେକ ସଂଘର୍ଷ ଓ ଘାତପ୍ରତିଘାତ ମଧ୍ୟ ଦେଇ ଗତି କରିଥିଲା । ମାତ୍ର ୧୬ ବର୍ଷ ବୟସରେ ସେ ନିଜଠାରୁ ଅନେକ ବର୍ଷ ବଡ଼, ଭଉଣୀ ଲତାଙ୍କ ସେକ୍ରେଟେରୀ ଗଣପତ ରାଓ ଭୋସଲେଙ୍କ ପ୍ରେମରେ ପଡ଼ିଥିଲେ । ଏହାପରେ ସେ ପରିବାରର ଅନିଚ୍ଛାରେ ବିବାହ କରିଥିଲେ ବି ତାଙ୍କୁ ଶାଶୁଘରେ ଘରୋଇ ହିଂସାର ଶିକାର ହେବାକୁ ପଡିଥିଲା । ସେଠାରେ ତାଙ୍କୁ ଘରୋଇ ହିଂସା ଏବଂ ସ୍ୱାମୀଙ୍କ ଖରାପ ବ୍ୟବହାର ସହିବାକୁ ପଡ଼ିଥିଲା । ଏପରିକି ୧୯୬୦ ମସିହାରେ ଯେତେବେଳେ ସେ ଦୁଇଟି ସନ୍ତାନର ମା’ ଥିଲେ ଏବଂ ତୃତୀୟ ସନ୍ତାନ ଗର୍ଭରେ ଥିଲା, ସେତିକିବେଳେ ଗଣପତ ରାଓ ତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ଆଲୋଚନା ହୁଏ । ଏଭଳି ଦୁର୍ଦ୍ଦିନରେ ସେ ବାଧ୍ୟ ହୋଇ ନିଜ ବାପଘରକୁ ଫେରିଥିଲେ ମଧ୍ୟ ହାର୍ ମାନିନଥିଲେ, ବରଂ ନିଜ ପିଲାମାନଙ୍କୁ ମଣିଷ କରିବା ପାଇଁ ସେ ସଙ୍ଗୀତକୁ ହିଁ ନିଜର ଶକ୍ତି ଭାବେ ଗ୍ରହଣ କରିଥିଲେ । ଏହାପରେ ସେ ଆରଡି ବର୍ମନଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ ।
Tags:



