ଏଆଇର ନୂଆ ସଫଳତା
ଗତ କିଛିଦିନ ହେବ ରୋବଟ ଓ ଏଆଇର ବ୍ୟବହାର ଆମମାନଙ୍କ ଜୀବନରେ ବଢିବାରେ ଲାଗିଛି । ବର୍ତ୍ତମାନ ରୋବଟ ଓ ଏଆଇ ମିଶି ଆଭିଏଫ ଟ୍ରିଟମେଣ୍ଟ ସହାୟତାରେ ଛୁଆ ଜନ୍ମ କରିବାରେ ସଫଳ ହେଉଛନ୍ତି । ଏନେଇ ଆମେରିକାର କମ୍ପାନୀ କନ୍ସିବେବଲ ଲାଇଫ ସାଇନ୍ସ ପକ୍ଷରୁ କରାଯାଇଛି । ଏହି କ୍ଲିନିକାଲ ଟ୍ରାଏଲ କାରଣରୁ ବର୍ତ୍ତମାନସୁଦ୍ଧା ୨୦ରୁ ଅଧିକ ଛୁଆ ଜନ୍ମ ହୋଇସାରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି କମ୍ପାନୀ ପକ୍ଷରୁ ଓରା ନାମକ ଏକ […]
ଗତ କିଛିଦିନ ହେବ ରୋବଟ ଓ ଏଆଇର ବ୍ୟବହାର ଆମମାନଙ୍କ ଜୀବନରେ ବଢିବାରେ ଲାଗିଛି । ବର୍ତ୍ତମାନ ରୋବଟ ଓ ଏଆଇ ମିଶି ଆଭିଏଫ ଟ୍ରିଟମେଣ୍ଟ ସହାୟତାରେ ଛୁଆ ଜନ୍ମ କରିବାରେ ସଫଳ ହେଉଛନ୍ତି । ଏନେଇ ଆମେରିକାର କମ୍ପାନୀ କନ୍ସିବେବଲ ଲାଇଫ ସାଇନ୍ସ ପକ୍ଷରୁ କରାଯାଇଛି । ଏହି କ୍ଲିନିକାଲ ଟ୍ରାଏଲ କାରଣରୁ ବର୍ତ୍ତମାନସୁଦ୍ଧା ୨୦ରୁ ଅଧିକ ଛୁଆ ଜନ୍ମ ହୋଇସାରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି କମ୍ପାନୀ ପକ୍ଷରୁ ଓରା ନାମକ ଏକ ସିଷ୍ଟମ ନିର୍ମାଣ କରାଯାଇଛି, ଯେଉଁଥିରେ ଆଇଭିଏଫ୍ର ୨୦୫ ମ୍ୟାନୁଆଲକୁ ଅଟୋମେଟ କରାଯାଇଛି । ଏହାକୁ ପ୍ରଥମେ ମୂଷା ଉପରେ ଟେଷ୍ଟ କରାଯାଇଥିଲା । ୨୦୨୩ରେ ଏହି ପ୍ରକ୍ରିୟାରେ ୧୪ଟି ଅଣ୍ଡାରୁ ୧୩ଟି ସୁସ୍ଥ ଭ୍ରୁଣ ସଫଳତା ପୂର୍ବକ ଜନ୍ମ କରାଯାଇଛି । ଏହାସହ ଏହି ପ୍ରକ୍ରିୟାରେ ୨୦ରୁ ଅଧିକ ସୁସ୍ଥ ମଣିଷ ଛୁଆ ମଧ୍ୟ ଜନ୍ମ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଆଇକୁ ବ୍ୟବହାର କରି ଡାକ୍ତରମାନଙ୍କର ଅନେକ କାମ ସହଜ ଓ ସରଳ ହୋଇ ଯାଉଛି ।


