ଏଆଇ ଓକିଲକୁ ସଫଳତା

ଏଆଇ ଓକିଲକୁ ସଫଳତା
Ipsita Picture
By: Ipsita
Published On

 

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଆଇ ପ୍ରଥମ ଥର ପାଇଁ ଅଦାଲତରେ ଏକ ବଡ଼ ଚମତ୍କାର କରି ଦେଖାଇଛି । ବ୍ରିଟେନର ଏକ ଏଆଇ ଲିଗାଲ୍ ଚାଟବଟ୍ ଜଣେ ମାନବ ଓକିଲଙ୍କୁ ମାତ୍ ଦେଇ ପ୍ରାୟ ୭ ହଜାର ପାଉଣ୍ଡ ବା ୮.୭୯ ଲକ୍ଷ ଟଙ୍କାର ଏକ ମାମଲା ଜିତିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, 'ଗାରଫିଲ୍ଡସ୍ ଏଆଇ' ନାମକ ଏହି ଚାଟବଟ୍ ଜଣେ ଫ୍ରିଲାନ୍ସ ଏଚ୍ଆର୍ ତାମୀରୈସ କମାଲ ତାକୀଦିରଙ୍କ ମାମଲା ପରିଚାଳନା କରିଥିଲା । ଯେଉଁଥିରେ ଏଆଇ ନିଜେ ମାମଲା ସହ ଜଡ଼ିତ ସମସ୍ତ ଆଇନଗତ ଦଲିଲ ପ୍ରସ୍ତୁତ କରିବା ସହ କୋର୍ଟରେ ଯୁକ୍ତି କରିବା ପାଇଁ ଜଣେ ଜୁନିୟର ମାନବ ଓକିଲଙ୍କ ସହାୟତା ନେଇଥିଲା । ବ୍ରିଟେନର ୱାଣ୍ଡସୱର୍ଥ କାଉଣ୍ଟି କୋର୍ଟରେ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଯୁକ୍ତିତର୍କ ପରେ କୋର୍ଟଙ୍କ ରାୟ ଏଆଇର କ୍ଲାଏଣ୍ଟଙ୍କ ସପକ୍ଷରେ ଆସିଥିଲା । ସାଧାରଣତଃ ବ୍ରିଟେନରେ ଆଇନଗତ ଲଢ଼େଇ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ 'ଗାରଫିଲ୍ଡସ୍ ଏଆଇ' ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ ମାତ୍ର ୫୦ ହଜାର ଟଙ୍କା ଭିତରେ ସମ୍ପନ୍ନ କରିଛି । ଏହାସହ ଅନ୍ୟ ମାନବ ଓକିଲମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏଆଇ ଦ୍ୱାରା ପ୍ରସ୍ତୁତ ଆଇନଗତ ଦସ୍ତାବିଜଗୁଡ଼ିକ ସଠିକ୍ ସହ ଯୁକ୍ତିଯୁକ୍ତ ରହିଥିଲା ।

Tags: