ପଇସାଦେଇ ଝଡତୋଫାନରେ ଗାଧୁଆ !
By: Ipsita
ସମ୍ବନ୍ଧିତ ଖବର ତେଲ କିଣିବାକୁ ଯାଉଛନ୍ତି ବିଦେଶ
ସାଧାରଣତଃ ବିଜୁଳି ଘଡଘଡି ମାରିଲେ ଲୋକମାନେ ସୁରକ୍ଷିତ ରହିବାପାଇଁ ଘରେ ପଶିଯାଆନ୍ତି । ହେଲେ ଚୀନରେ ଏକ ବିରଳ ସ୍ପା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହି ସ୍ପାର ନାମ ରହିଛି ଷ୍ଟ୍ରମ ବାଥ । ଏଠାକୁ ଲୋକମାନେ ବିଜୁଳିର ଝଟକାରେ ଗାଧୋଇବାକୁ ଆସିଥାଆନ୍ତି । ଏହି ସ୍ପାରେ ପୁଲ ଉପରେ ପାଣିର ଜେଟ ଲଗାଯାଇଥାଏ, ଯାହା ବର୍ଷାର ଅନୁଭବ ଦେଇଥାଏ । ଏହାସହ ପୁଲର ଆଖପାଖରେ ଲାଗିଥିବା ସ୍କ୍ରିନରେ ବର୍ଷା ତୋଫାନର ଝଲକ ଦେଖାଯାଇଥାଏ । ଶବ୍ଦରେ ମଧ୍ୟ ମୂଷଳଧାରାର ବର୍ଷା ଓ ଘଡଘଡି ଶୁଣିବାକୁ ମିଳିଥାଏ, ଯାହା ଗ୍ରାହକଙ୍କୁ ଖୁବଜୋର ଝଡତୋଫାନର ଅନୁଭବ ଦେଇଥାଏ । ତେଣୁ ଏଠାରେ ଗାଧୋଇବା ସମୟରେ ବର୍ଷାତୋଫାନରେ ଗାଧୋଇବା ଭଳି ଅନୁଭବ ହୋଇଥାଏ । ଏହି ଷ୍ଟର୍ମ ବାଥ ଏଠାର ଯୁବପିଢିଙ୍କ ଭିତରେ ଖୁବ ଲୋକପ୍ରିୟ । ଏଠାକୁ ପ୍ରତିଦିନ ଅନେକ ଯୁବକ ଯୁବତୀ ଏହି ଗାଧୁଆର ମଜା ନେବାକୁ ଆସିଥାଆନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ଟ୍ରେଣ୍ଡର ଖୁବ ଆଲୋଚନା ଜାରି ରହିଛି ।
ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ
Tags:



