କୁକୁର ବୁଲାଇବା ପାଇଁ କଡା ନିୟମ

କୁକୁର ବୁଲାଇବା ପାଇଁ କଡା ନିୟମ
Ipsita Picture
By: Ipsita
Published On

 

ଚୀନର ହାଙ୍ଗଝୋଉ ସହରରେ କୁକୁର ବୁଲାଇବା ନେଇ କଡ଼ା ନିୟମ ଲାଗୁ କରାଯାଇଛି  । ଯେଉଁଥିରେ ଛୋଟ କୁକୁରମାନଙ୍କୁ କେବଳ ସନ୍ଧ୍ୟା ୭ଟା ପରେ ବାହାରକୁ ବୁଲାଇବାକୁ ଅନୁମତି ଥିବାବେଳେ ବଡ଼ କୁକୁରଙ୍କୁ ବାହାରେ ବୁଲାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମ ଲଙ୍ଘନ କଲେ ୨,୫୦୦ ରୁ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ବାରମ୍ବାର ଉଲ୍ଲଂଘନ କଲେ କୁକୁରର ପଞ୍ଜୀକରଣ ରଦ୍ଦ ହୋଇପାରେ । ଦିନବେଳେ କୁକୁରକୁ ଡାକ୍ତରଖାନାକୁ ନେବା ସମୟରେ ମାଲିକମାନଙ୍କୁ ପଞ୍ଜୀକରଣ ଓ ଟିକାକରଣ ପ୍ରମାଣପତ୍ର ସାଙ୍ଗରେ ରଖିବାକୁ ପଡ଼ିବ । ଏହାସହ କୁକୁରକୁ ଲେସ୍ ବାନ୍ଧିବା ସହ ସେମାନଙ୍କ ମଇଳାକୁ ତୁରନ୍ତ ସଫା କରିବାକୁ ବାଧ୍ୟତାମୂଳକ କରାଯାଇଛି । ୧୯୯୬ ମସିହାରୁ ରହିଥିବା ଏବଂ ୨୦୦୪ରେ ସଂଶୋଧିତ ହୋଇଥିବା ଏହି ନିୟମଗୁଡ଼ିକର କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନକୁ ନେଇ ସୋସିଆଲ ମିଡିଆରେ ମିଶ୍ରପ୍ରତିକ୍ରିୟା ଦେଖାଦେଇଛି । ଯେଉଁଥିରେ କିଛି ଲୋକ ସ୍ୱଚ୍ଛତା ଓ ଜନସୁରକ୍ଷା ପାଇଁ ଏହାକୁ ସମର୍ଥନ କରୁଥିବାବେଳେ ଅନ୍ୟମାନେ ଦିନବେଳେ ବୁଲାଇବା ବାରଣକୁ ଅନ୍ୟାୟ ବୋଲି ଦର୍ଶାଇଛନ୍ତି ।   

Tags: