ଛକର ନାଁ ୟୁଟ୍ୟୁବ

ଛକର ନାଁ ୟୁଟ୍ୟୁବ
Ipsita Picture
By: Ipsita
Published On

 

ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲାର ଏକ ଗାଁରେ କୌଣସି ନେତା ବା ମହାପୁରୁଷଙ୍କ ବଦଳରେ ଏକ ଛକର ନାମ ୟୁଟ୍ୟୁବ୍ ଚୌକରଖାଯାଇଥିବା ଦେଖିବାକୁ ମିଳିଛି । ଏହି ଛକରେ ଲୋକଙ୍କର ବସିବା ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ମୋବାଇଲ୍ ନେଟୱାର୍କ ବହୁତ ଭଲ ଆସୁଥିବାରୁ ସେଠାରେ ୟୁଟ୍ୟୁବ୍ ଭିଡିଓ ସହଜରେ ଚାଲିଥାଏ । ଗାଁ ଲୋକମାନେ ଏଠାରେ ଏକାଠି ହୋଇ ଚାଷକାର୍ଯ୍ୟ, ବ୍ୟବସାୟ ଏବଂ ଦୈନନ୍ଦିନ ଜୀବନର ବିଭିନ୍ନ ଆବଶ୍ୟକୀୟ କୌଶଳ ୟୁଟ୍ୟୁବ୍ ମାଧ୍ୟମରେ ଶିଖୁଛନ୍ତି । ବର୍ତ୍ତମାନ ଏହି ପ୍ଲାଟଫର୍ମ ଗ୍ରାମବାସୀଙ୍କ ପାଇଁ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଜଣେ ଶିକ୍ଷକପରି ପାଲଟିଛି । ଯାହା ସେମାନଙ୍କୁ ନୂଆ ନୂଆ ଜିନିଷ ଶିଖାଇବାରେ ଏବଂ କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଛି । ଇଣ୍ଟରନେଟ୍ ସୁବିଧା ଯୋଗୁଁ ଗାଁର ବିକାଶରେ ଏହି ସ୍ଥାନଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଏହାର ନାମକରଣ ଏଭଳି ଅଭିନବ ଢଙ୍ଗରେ କରାଯାଇଛି ।

Tags: