ଅଦ୍ଭୁତ ବିଶ୍ୱ ରେକର୍ଡ

ଅଦ୍ଭୁତ ବିଶ୍ୱ ରେକର୍ଡ
Ipsita Picture
By: Ipsita
Published On

 

ଆମେରିକାର 'ରେକର୍ଡ କିଙ୍ଗ୍' ଭାବେ ପରିଚିତ ଡେଭିଡ୍ ରଶ୍ ଜଣେ ନୂତନ ସାଥୀ ଆଲେକ୍ସ ଗୋଶ୍ଙ୍କ ସହ ମିଶି ଏକ ଅଦ୍ଭୁତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହି ଇଭେଣ୍ଟରେ ସେମାନେ ୫ଟି ବେଲୁନ୍କୁ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ପବନରେ ଭସାଇ ରଖିବାର କାରନାମା କରି ଦେଖାଇଛନ୍ତି । ଆମେରିକାର ଆଇଡାହୋ ସ୍ଥିତ ବୋଏସ୍ର ଏକ ରାକେଟବଲ୍ କୋର୍ଟରେ ଆୟୋଜିତ ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ମାତ୍ର ୧୦ ମିନିଟ୍ ରହିଥିଲା । ତେବେ ଠିକ୍ ୯ ମିନିଟ୍ ୫୮ ସେକେଣ୍ଡ ସମୟରେ ଗୋଟିଏ ବେଲୁନ୍ ତଳେ ପଡ଼ିଯାଉଥିବା ବେଳେ ଡେଭିଡ୍ ତାକୁ ହାତରେ ଧରି ନପାରି ଶୂନ୍ୟରେ ଏକ କିକ୍ ମାରି ପୁଣି ଉପରକୁ ପଠାଇ ଦେଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପରେ ସ୍ଲୋ-ମୋସନ୍ ଭିଡିଓରୁ ଜଣାପଡ଼ିଥିଲା ଯେ ବେଲୁନ୍ଟି ଭୂମିକୁ ସ୍ପର୍ଶ କରିନଥିଲା । ଶେଷରେ ଉଭୟ ମିଶି ୧୬ ମିନିଟ୍ ୨୫ ସେକେଣ୍ଡ ପର୍ଯ୍ୟନ୍ତ ସମସ୍ତ ୫ଟି ବେଲୁନ୍କୁ ହାୱାରେ ରଖି ଏହି ନୂଆ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଏହି ସଫଳତା ସହ ଡେଭିଡ୍ଙ୍କ ନାମରେ ଏବେ ୩୫୦ରୁ ଅଧିକ ବିଶ୍ୱ ରେକର୍ଡ ରହିଥିବା ବେଳେ, ତାଙ୍କ ସାଥୀ ଆଲେକ୍ସ ପ୍ରଥମ ପ୍ରଚେଷ୍ଟାରେ ହିଁ ରେକର୍ଡ କରିବାରେ ସଫଳ ହୋଇଛନ୍ତି ।

Tags: