ଅଜବ ପରମ୍ପରା
ସୂଚନା ଅନୁଯାୟୀ, ଆମାଜନ ଜଙ୍ଗଲରେ ବାସ କରୁଥିବା 'ସାଟେରେ-ମାୱା' ଜନଜାତିର ଏକ ଆଶ୍ଚର୍ଯ୍ୟଜନକ ଏବଂ ବିପଜ୍ଜନକ ପରମ୍ପରା ସାମ୍ନାକୁ ଆସିଛି । ଏଠାରେ ପୁଅମାନଙ୍କୁ ନିଜର ପୁରୁଷ୍ବତ ଓ ବୟସ୍କ ହେବାର ପ୍ରମାଣ ଦେବା ପାଇଁ ବିଷାକ୍ତ ପିମ୍ପୁଡ଼ି ସହ ଏକ କଠିନ ପରୀକ୍ଷାର ସାମ୍ନା କରିବାକୁ ପଡ଼ିଥାଏ । ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ଏହି ଅଜବ ପରମ୍ପରାରେ, ଜନଜାତିର ପୁଅମାନଙ୍କୁ ପୁରୁଷ ଓ ବୟସ୍କ ଭାବେ ଗ୍ରହଣ କରିବା ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷା ଦେବାକୁ ହୁଏ । ଏଥିରେ ସଫଳ ନହେବା ପର୍ଯ୍ୟନ୍ତ ସେମାନଙ୍କର ବିବାହ ମଧ୍ୟ ହୋଇନଥାଏ । ଏହି କଠୋର ପରୀକ୍ଷା ପାଇଁ ସେମାନଙ୍କୁ 'ବୁଲେଟ୍ ଆଣ୍ଟ' ନାମକ ଅତ୍ୟନ୍ତ ବିପଜ୍ଜନକ ଓ ବିଷାକ୍ତ ପିମ୍ପୁଡ଼ିରେ ଭର୍ତ୍ତି ହୋଇଥିବା ଗ୍ଲୋବ୍ସ ପିନ୍ଧିବାକୁ ଦିଆଯାଇଥାଏ । ଏହି ପିମ୍ପୁଡ଼ି କାମୁଡ଼ାର ଅସହ୍ୟ ଯନ୍ତ୍ରଣା ସତ୍ତ୍ୱେ ସେମାନଙ୍କୁ କାନ୍ଦିବା କିମ୍ବା କଷ୍ଟ ପ୍ରକାଶ କରିବା ମନା ହୋଇଥାଏ । କେବଳ ଏତିକି ନୁହେଁ ଏହି ଅବସ୍ଥାରେ ସେମାନଙ୍କୁ ନୃତ୍ୟ କରିବାକୁ ମଧ୍ୟ ପଡ଼ିଥାଏ । ଯେଉଁ ଯୁବକ ଏହି ଭୟଙ୍କର କଷ୍ଟକୁ ସହ୍ୟ କରି ନିଜକୁ ପ୍ରମାଣିତ କରିପାରେ, କେବଳ ସେହି ବ୍ୟକ୍ତି ହିଁ ନିଜର ପୌରଷତ୍ବକୁ ପ୍ରମାଣିତ କରିଥାଏ । ତେବେ ସୋସିଆଲ ମିଡିଆରେ ଏଭଳି ପରମ୍ପରାକୁ ଲୋକମାନେ ବିରୋଧ କରୁଥିବା ଦେଖିବାକୁ ମିଳୁଛି ।




