ଅଜବ ପରମ୍ପରା

ଅଜବ ପରମ୍ପରା
Ipsita Picture
By: Ipsita
Published On

 

ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଏକ ଅଜବ ବିବାହ ପରମ୍ପରା ପ୍ରଚଳିତ ଅଛି, ଯେଉଁଠାରେ ନବବଧୂକୁ ଘରେ ପ୍ରବେଶ କରିବା ପୂର୍ବରୁ ଜଳନ୍ତା ଅଙ୍ଗାର ଉପରେ ଚାଲିବାକୁ ପଡ଼ିଥାଏ। ଏହି  ରୀତିନୀତି ଅନୁଯାୟୀ, ବରଯାତ୍ରୀ ଫେରିବା ପରେ ନବଦମ୍ପତିଙ୍କୁ ଘର ଭିତରକୁ ଯିବା ପୂର୍ବରୁ ପ୍ରଜ୍ୱଳିତ ଅଙ୍ଗାର ଉପରେ ସାତଫେରା ନେବାକୁ ହୁଏ । ଯାହାର ଏକ ଦୃଶ୍ୟ ନିକଟରେ ଭୂପଦେବପୁରର ବିଲାସପୁର ଗାଁରେ ଜୟପ୍ରକାଶ ରାଠିଆଙ୍କ ବିବାହ ସମୟରେ ଦେଖିବାକୁ ମିଳିଥିଲା । ଏହି କଠିନ ନୀତି ପୂର୍ବରୁ ବର ପକ୍ଷର ପରିବାର ଲୋକେ ନିର୍ଜଳା ଉପବାସ ରଖିଥାନ୍ତି ଏବଂ ନବଦମ୍ପତିଙ୍କ ସ୍ୱାଗତ ପରେ ମଣ୍ଡପକୁ ଘୋଡ଼ାଇ ଦେଇ ଏହି ଅଗ୍ନିପରୀକ୍ଷାର ପ୍ରସ୍ତୁତି କରାଯାଇଥାଏ। ରାଠିଆ ପରିବାରର ବିଶ୍ୱାସ ଅନୁଯାୟୀ, ଏହି ପରମ୍ପରା ନୂତନ ସମ୍ପର୍କର ପବିତ୍ରତା ଓ ମଜବୁତର ପ୍ରତୀକ ଅଟେ ଏବଂ ଏହା ମାଧ୍ୟମରେ ନବଦମ୍ପତି ଜୀବନର ପ୍ରତିଟି କଷ୍ଟ ସମୟରେ ପରସ୍ପରର ସାଥୀ ହୋଇ ରହିବାକୁ ସଂକଳ୍ପ ନେଇଥାନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ପରମ୍ପରାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ପରମ୍ପରା ନାଁରେ ଏଭଳି କଷ୍ଟଦାୟକ ପ୍ରଥାକୁ ବନ୍ଦ କରିବାକୁ ଲୋକ ଦାବି କରୁଛନ୍ତି ।

Tags: