ଅଜବ ପରମ୍ପରା

ଅଜବ ପରମ୍ପରା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିନା ପ୍ୟାଣ୍ଟରେ ମେଟ୍ରୋ ଯାତ୍ରା

ଚୀନରେ ଅନେକ ସମୟରେ ଏଭଳି ପରମ୍ପରା ଦେଖିବାକୁ ମିଳିଥାଏ ଯାହା ସାରା ବିଶ୍ବବାସୀଙ୍କୁ ଚକିତ କରିଥାଏ । ସେହିଭଳି ଏକ ପରମ୍ପରା ଚୀନରେ ପାଳନ ହୋଇଥାଏ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ଏହି ପରମ୍ପରା ଅନୁସାରେ ଯେଉଁ ମାତାପିତାମାନେ ନିଜ ସନ୍ତାନଙ୍କ ନାମ କୁକୁର ଓ ଘୁଷୁରୀକୁ ନେଇ ରଖନ୍ତି ତେବେ ଉକ୍ତ ସନ୍ତାନଙ୍କ ଆୟୁଷ ବଢିଥାଏ । ଏହାସହ ସନ୍ତାନଙ୍କୁ କୁକୁରର ମୁଣ୍ଡଭଳି ଟୋପି ପିନ୍ଧାଯିବାର ପ୍ରଥା ମଧ୍ୟ ସାମିଲ ରହିଛି । ଚୀନରେ ପ୍ରଚଳିତ ଲୋକକଥା ଅନୁସାରେ ଯଦି କୌଣସି ନବଜନ୍ମିତ ସନ୍ତାନଙ୍କର ଜାତକରେ କିଛି ଅଶୁଭ ସଙ୍କେତ ରହିଥାଏ ତେବେ ମାତାପିତା ଜାଣିଶୁଣି ସେମାନଙ୍କ ନାମ କୌଣସି ଜୀବ ନାମରେ ରଖିଥାଆନ୍ତି । ଏପରି କରିବା ପଛରେ ମାନତ୍ୟା ରହିଛି କି ସନ୍ତାନର ଆୟୁଷ ବୃଦ୍ଧି ହୋଇଥାଏ । ଏହି ତାଲିକାରେ ଅନେକ ଅଜବ ନାଁ ସାମିଲ ରହିଛି ଯେପରି ପୁରୁଣା ଘୁଷୁରୀ, ଘୁଷୁରୀର ମୁଣ୍ଡ, କୁକୁରର ଅଣ୍ଡା କିମ୍ବା କୁକୁର ଛୁଆ ଆଦି ରଖିଥାଆନ୍ତି । ସେଠାରେ ଏହି ପ୍ରଥାକୁ ଖୁବ ଗୁରୁତ୍ବ ଦିଆଯାଇଥାଏ ।

ସମ୍ବନ୍ଧିତ ଖବର ଓଜନ ହ୍ରାସ

Tags: