ଅଦ୍ଭୁତ କଙ୍କଡା

ଅଦ୍ଭୁତ କଙ୍କଡା
Ipsita Picture
By: Ipsita
Published On

 

କେରଳରେ ମତ୍ସ୍ୟଜୀବୀଙ୍କୁ ଏକ ଅଜବ ଧରଣର କଙ୍କଡା ମିଳିଛି, ଯାହାର ଲିଙ୍ଗ ମିଶ୍ରିତ ରହିଛି । ଅର୍ଥାତ ଏହା ଅଧା ନର ଏବଂ ଅଧା ମାଈ। କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲରେ ଏହି ଅଦ୍ଭୁତ କଙ୍କଡ଼ା ଦେଖିବାକୁ ମିଳିଛି, ଯାହାର ଅଧା ଶରୀର ନର ଏବଂ ବାକି ଅଧା ମାଈ ବୋଲି ଜଣାପଡ଼ିଛି । ବିଜ୍ଞାନ ଭାଷାରେ ଏଭଳି ସ୍ଥିତିକୁ ବାଇଲେଟରାଲ ଗାଇନୈଣ୍ଡ୍ରୋମର୍ଫି’  କୁହାଯାଏ, ଯେଉଁଥିରେ ଗୋଟିଏ ଜୀବର ଶରୀରର ଦୁଇଟି ଅଲଗା ଅଲଗା ଲିଙ୍ଗର ଲକ୍ଷଣ ଦେଖାଯାଏ । ଏହା ଏକ ପ୍ରକାର ଜେନେଟିକ୍ ବ୍ୟତିକ୍ରମ, ଯାହା ଅଣ୍ଡାର ପ୍ରାଥମିକ ବିକାଶ ସମୟରେ ହୋଇଥାଏ । ଭେଲା କାର୍ଲିନାମକ ପ୍ରଜାତିର ଏହି ଦୁର୍ଲଭ କଙ୍କଡ଼ାଟି ସାଧାରଣତଃ ଗଛର କୋରଡ଼ରେ ଜମି ରହୁଥିବା ବର୍ଷା ପାଣି ମଧ୍ୟରେ ବାସ କରେ । ଏସମ୍ପର୍କରେ ଏକ ଅନ୍ତର୍ଜାତୀୟ ଜର୍ନାଲ୍ରେ ପ୍ରକାଶିତ ହେବାପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Tags: