ଅଜବ ଫ୍ୟାଶନ

ଅଜବ ଫ୍ୟାଶନ
Ipsita Picture
By: Ipsita
Published On

 

ପ୍ୟାରିସ୍ ମେନ୍ସ ଫ୍ୟାଶନ ୱିକ୍ର ଶେଷ ଦିନରେ ଏଷ୍ଟୋନିଆର ଜଣାଶୁଣା ର୍ୟାପର ଟମୀ କ୍ୟାଶ୍ ନିଜର ଏକ ଅଦ୍ଭୁତ  ଲୁକ୍ ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯେଉଁଠାରେ ସେ ସାରା ଶରୀରରେ ମଳ ଭଳି ଦେଖାଯାଉଥିବା ଏକ ପୋଷାକ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।  ଟମୀ ନିଜକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବାଦାମୀ ରଙ୍ଗର ଏହି ଅଜବ ଫ୍ୟାବ୍ରିକରେ ଢାଙ୍କି ରଖିଥିଲେ ଏବଂ ତାଙ୍କ ହାତରେ ନକଲି ପରିସ୍ରାରେ ଭର୍ତ୍ତି ଏକ ବ୍ୟାଗ୍ ମଧ୍ୟ ଥିଲା । ସେ ମଝିରେ ମଝିରେ ନିଜ ଉପରେ ଟଏଲେଟ୍ ଡିଓଡୋରାଇଜର୍ ସ୍ପ୍ରେ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଟମୀ କ୍ୟାଶ୍ ନିଜର ଏଭଳି ଷ୍ଟଣ୍ଟ ପାଇଁ ପୂର୍ବରୁ ମଧ୍ୟ ବେଶ୍ ପରିଚିତ । ଏହା ପୂର୍ବରୁ ସେ ସାମୁଦ୍ରିକ ଜୀବମାନଙ୍କ ଦ୍ୱାରା ପ୍ରସ୍ତୁତ ଟେବୁଲ୍, ବିଶାଳ ଶେଯ ଏବଂ ଅନ୍ୟାନ୍ୟ ଅନେକ ନିଆରା ଲୁକ୍ରେ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିସାରିଛନ୍ତି । ତାଙ୍କର ଏହି ଲୁକଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: