ଅଜବ ଡାଟାବେସ

ଅଜବ ଡାଟାବେସ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅଜବ ପରମ୍ପରା

ଆମେରିକାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ସେଠିକାର ଡାକ୍ତରଖାନାକୁ ଆସୁଥିବା ସମସ୍ତ ରୋଗୀଙ୍କର ଏକ ଡାଟାବେସ ନିର୍ମାଣ କରାଯାଉଛି । ଯେଉଁ ରୋଗୀମାନେ ନିଜର ମଳ ଓ ମୁତ୍ର ବାହାରୁଥିବା ରାସ୍ତାରେ ଅଜବ ସାମଗ୍ରୀ ପଶାଇଛନ୍ତି ସେମାନଙ୍କ ତଥ୍ୟକୁ ସାମିଲ କରାଯାଉଛି । ଏହି ତାଲିକା ପ୍ରସ୍ତୁତ କରିବା ପଛରେ ଏପରି କରୁଥିବା ବ୍ୟକ୍ତିଙ୍କର ମନଭାବକୁ ଜାଣିବା ଏବଂ ସେମାନଙ୍କୁ ହେଉଥିବା କଷ୍ଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା । ଏହାସହ ଏହି ସମସ୍ୟା କାରଣରୁ ଶରୀରରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଷ୍ଟଡି କରିବା ପାଇଁ ଏପରି ଡାଟାବେସର ପ୍ରସ୍ତୁତ କରାଯାଇଛି । ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପାଖାପାଖି ୩୮ ହଜାରରୁ ଅଧିକ ଲୋକ ନିଜ ବ୍ୟକ୍ତିଗତ ଅଙ୍ଗରେ ଅଜବ ଧରଣର ସାମଗ୍ରୀ ପୁରାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥାଆନ୍ତି । ଏବଂ ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଥାଏ । ତେଣୁ ଏହି ମନଦଶା ଉପରେ ଅଧିକ ଜାଣିବା ପାଇଁ ଏହି ତଥ୍ୟକୁ ଏକାଠି କରାଯାଉଛି ।

ସମ୍ବନ୍ଧିତ ଖବର ଉଦ୍ଭାବନର ସମ୍ଭାବନା

Tags: