ସକାଳୁ ଉଠାନ୍ତି ବାଘ ଶିଶୁ
By: Ipsita
ଚୀନର ଜିଆଁଗସୁରେ ଥିବା ଏକ ହୋଟେଲ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହି ରିସୋର୍ଟର ନାଁ ହାପି କଣ୍ଟ୍ରିସାଇଡ ରିସର୍ଟ ଥିବାବେଳେ ଏହା ଏକ ନିଆରା ସର୍ଭିସ ପ୍ରଦାନ କରୁଛି । ଏହି ରିସୋର୍ଟରେ ଯେଉଁ ଗ୍ରାହକ ରହିବାକୁ ଆସୁଛନ୍ତି, ସେମାନଙ୍କୁ ସକାଳୁ ବାଘର ଶିଶୁ ନିଦରୁ ଉଠାଇଥାଏ । ଏହି ସମୟରେ ଗ୍ରାହକମାନେ ବିଲେଇ ଭଳି ଏହି ବାଘ ଶିଶୁଙ୍କ ସହିତ ଖେଳି ମଧ୍ୟ ଥାଆନ୍ତି । ଏହି ସର୍ଭିସ ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ମିଳିଥାଏ, ଯେଉଁ ସୁବିଧା ମାତ୍ର ସାତ ମିନିଟ ପାଇଁ ମିଳିଥାଏ । ସେହିଭଳି ଏହି ସର୍ଭିସର ବୁକିଂ ହୋଟେଲ ବୁକିଂ ଠାରୁ ଭିନ୍ନ ହୋଇଥାଏ । ଏହାର ଡିମାଣ୍ଡ ଅଧିକ ଥିବାରୁ ଏହାକୁ ଏକ ମାସ ଆଗରୁ ବୁକିଂ କରିବାକୁ ପଡିଥାଏ । ସେହିଭଳି ଏହି ସେବା ନେବା ଆଗରୁ ଗ୍ରାହକଙ୍କୁ କିଛି ଟା ସୁରକ୍ଷା ଚୁକ୍ତି ମଧ୍ୟ ହସ୍ତାକ୍ଷର କରିବାକୁ ପଡିଥାଏ । ଯାହାପରେ ଏହି ସେବା ପ୍ରଦାନ କରାଯାଇଥାଏ ।
Read More ଚର୍ବିରୁ ହାଡ
Tags:


