କଲୁରି ବେଣ୍ଟ
ଆଈମା ପେଡିରେ ଏଭଳି ଅନେକ ନୀତିଶିକ୍ଷା କାହାଣୀଥାଏ, ଯାହା ଆମକୁ ଜୀବନରେ କେଉଁ କାର୍ଯ୍ୟ କରିବା ଦରକାର ଓ କେଉଁ କାର୍ଯ୍ୟ କରିବା ଦ୍ବାରା ଆମେ ସମସ୍ୟା ପଡିଥାଉ ତାହାକୁ ସୂଚାଇଥାଏ । ଏଭଳି କାହାଣୀ ଆମ ଜୀବନରେ ଅନେକ ଦରକାର ହୋଇଥାଏ । ଆଈ ବୁଢୀର କାହାଣୀ ତାଲିିକାରେ ଏଭଳି ଅନେକ କାହାଣୀ ସାମିଲ ରହିଛି । ସେହିଭଳି ଏକ କାହାଣୀ ହେଲା କଲୁରି ବେଣ୍ଟ । ଯାହାକୁ ଶୁଣିବାକୁ ଆଜି ବି ଶିଶୁଙ୍କ ଭିତରେ […]
ଆଈମା ପେଡିରେ ଏଭଳି ଅନେକ ନୀତିଶିକ୍ଷା କାହାଣୀଥାଏ, ଯାହା ଆମକୁ ଜୀବନରେ କେଉଁ କାର୍ଯ୍ୟ କରିବା ଦରକାର ଓ କେଉଁ କାର୍ଯ୍ୟ କରିବା ଦ୍ବାରା ଆମେ ସମସ୍ୟା ପଡିଥାଉ ତାହାକୁ ସୂଚାଇଥାଏ । ଏଭଳି କାହାଣୀ ଆମ ଜୀବନରେ ଅନେକ ଦରକାର ହୋଇଥାଏ ।
ଆଈ ବୁଢୀର କାହାଣୀ ତାଲିିକାରେ ଏଭଳି ଅନେକ କାହାଣୀ ସାମିଲ ରହିଛି । ସେହିଭଳି ଏକ କାହାଣୀ ହେଲା କଲୁରି ବେଣ୍ଟ । ଯାହାକୁ ଶୁଣିବାକୁ ଆଜି ବି ଶିଶୁଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳେ । ଆସନ୍ତୁ ଜାଣିବା କଣ ଏହି କାହାଣୀର ମୂଳ ବିଷୟ ବସ୍ତୁ । ଏକଦା ଗୋଟିଏ ଗାଁରେ ବୁଢୀଟିଏ ରହୁଥାଏ । ତାର ଘର ନିକଟରେ ଏକ କଲରା ଗଛଟିଏ ଥାଏ । ସେ ବହୁତ ପରିଶ୍ରମ କରି କଲରା ଗଛଟିକୁ ବଡ କରିଥାଏ । ପ୍ରତିଦିନ ସେହି ଗଛ ପାଖେ ଆସି ଗୋଟିଏ କାଉ କିଛି ସମୟ ବସି ଉଡିଯାଏ । କାଉଟିର ଇଚ୍ଛା ଥାଏ ଏହି ଗଛରେ କଲରା ହେଲେ ସେ ଖାଇବ । ଏପଟେ ବୁଢୀଟି ମଧ୍ୟ ଏହି ଆଶାରେ ଥାଏ କିଭଳି ସେଥିରେ କଲରା ହେଲେ ସେ ଖାଇବ । ଦିନେ ସକାଳୁ ଦେଖିବା ବେଳକୁ ଏକ କଲରା ଗଛରେ ଫଳିଛି । ଯାହାକୁ ଦେଖି ବୁଢି ଓ କୁଆ ଉଭୟ ଖୁସି । କୁଆ ଗଛ ପାଖକୁ ଉଡି ଆସି ବୁଢୀକୁ କହିଲା ମାଉସୀ ମୋତେ କଲରାଟି ଦେ ମୁଁ ଖାଇବି । ବୁଢୀ ଏକ ଉପାୟ ବାହାର କରି କୁଆକୁ କହିଲା ତୁ ମୁହଁ ଧୋଇ ଆସେ ତାପରେ କଲରା ଖାଇବୁ । ସେଠୁ କାଉଟି ଉଡିଗଲା କୂଅ ପାଖକୁ କହିଲା ମୋତେ ପାଣି ଦେ ମୁଁ ମୁହଁ ଧୋଇଲେ କଲରା ଖାଇବି । ତେବେ କୂଅ କହିଲା ତୁ ମାଠିଆ ଆଣେ ତାପରେ ତୋତେ ପାଣି ମିଳିବ । ଏହାପରେ କାଉ କୁମ୍ଭାର ପାଖକୁ ଗଲା କହିଲା ତୁ ଗୋଟିଏ ମାଠିଆ ଗଢିଦେ ମୁଁ ନେବି । କୁମ୍ଭାର କହିଲା ମୋ ପାଖେ ମାଟି ନାହିଁ । ଏହାପରେ କାଉ ବିଲକୁ ଗଲା ମାଟି ଆଣିବାକୁ, ହେଲେ ବିଲ କହିଲା ତୁ ଯା ଜଙ୍ଗଲରୁ ହରିଣ ଶିଙ୍ଗ ଆଣିବୁ ତାପରେ ମାଟି ଖୋଳିକି ନେବୁ । ଏହାପରେ କାଉ ହରିଣ ପାଖକୁ ଗଲା ଶିଙ୍ଗ ମାଗିବାକୁ, ହରିଣ କହିଲା ତୁ ମୋତେ ଆଣି ଗାଈ ଖୀର ଦେ ତାପରେ ମୁଁ ତୋତେ ଶିଙ୍ଗ ଦେବି । ଏହାପରେ କାଉ ଗାଈ ପାଖକୁ ଗଲା ହେଲେ ଗାଈ ତାକୁ ଘାସ ମାଗିଲା । ଏହାପରେ କୁଆଟି ସିଧା ବିଲକୁ ଗଲା, ହେଲେ ବିଲ କହିଲା ତୁ ଯା ଦା ଧରି ଆସେ ତାପରେ ଘାସ କାଟି ନେବୁ । ଏହାପରେ କୁଆ ଚାଲିଲା କମାର ପାଖକୁ । କମାର ଆଗରେ ସେ ସବୁ କଥା କହିଲା । ଏହାପରେ କମାର ଭାବିଲା କୁଆର ଅନ୍ୟ ଖାଦ୍ୟ ଉପରେ ଥିବା ଲୋଭକୁ ଦୂରେଇ ବାକୁ ହେବ । ସେ କୁଆକୁ ପରିଶ୍ରମର ମୂଲ୍ୟ ବୁଝାଇବାକୁ ଯାଇ କହିଲା ତୁ ଦା କେଉଁଥିରେ ନେବୁ ଏହା ବହୁତ ତାତିଛି । କୁଆ କଲରା ଖାଇବା ଲୋଭରେ ତରତର ହୋଇ କହିଲା ମୋ ଥଣ୍ଟରେ ଥୋଇଦେ । ଯେମିତି ଥଣ୍ଟରେ ତାତିଲା ଦା ଥୁଆ ହୋଇଛି, କୁଆର ଥଣ୍ଟ ପୋଡିଗଲା । ଏଥର କୁଆ ବୁଢି ପାରିଲା ନିଜେ ପରିଶ୍ରମ କରି ଖାଦ୍ୟ ଖାଇବା ଖୁବ ଭଲ । କେବେ ବି ଅନ୍ୟ ପରିଶ୍ରମ ଅର୍ଜିତ ଧନକୁ ଲୋଭ ନକରିବା ଆମ ପାଇଁ ଖୁବ ଭଲ ହୋଇଥାଏ ବୋଲି ଏହି ଗପ ଶିକ୍ଷା ଦେଇଥାଏ ।




