ଷ୍ଟୋନ ଅଫ ରିବାର୍ଥ
ନିକଟରେ ଚୀନ ବାସିନ୍ଦାଙ୍କର ଏକ ଅଜବ କାର୍ଯ୍ୟକଳାପ ସାମନାକୁ ଆସିଛି, ଯାହାକୁନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଚୀନର ଲୋକମାନେ ନିଜ ପରିବାରର ମୃତ ଲୋକଙ୍କ ଫଟୋକୁ କୈଳାଶ ପର୍ବତରେ ଲଗାଉଛନ୍ତି । ମାନତ୍ୟା ଅନୁସାରେ କୈଳାଶ ପର୍ବତରେ ଥିବା ଏକ ଖାସ ପଥର ସ୍ୱର୍ଗର ସବୁଠାରୁ ନିକଟତର, ଯାହାର ନାଁ ରହିଛି ଷ୍ଟୋନ ଅଫ ରିବାର୍ଥ । ଏହି ପଛର ସମୁଦ୍ର ପତନ ଠାରୁ ୫ହଜାର ୭୦୦ ମିଟର ଉଚ୍ଚରେ ରହିଛି । ଲୋକଙ୍କର ବିଶ୍ୱାସ ଅନୁସାରେ ଏଠାରେ ମୃତକଙ୍କ ଫଟୋ ରଖିଲେ ସେମାନଙ୍କୁ ସେ ଦୁନିଆରେ ଶାନ୍ତି ମିଳିବ । ଏଠାରେ ଚୀନ ଲୋକମାନେ କେବଳ ମୃତ ଲୋକଙ୍କର ନୁହେଁ ପାଳିତ ପଶୁଙ୍କର ମଧ୍ୟ ଫଟୋ ରଖୁଛନ୍ତି । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ନିକଟରେ ଏହି ଟ୍ରେଣ୍ଡ ଖୁବ ଭାଇରାଲ ହୋଇଛି । କାରଣ ଜଣେ ୧୮ ବର୍ଷୀୟ ବାଳକ ବାଇକ ଯୋଗେ ୪୮୦୦ କିମି ଯାତ୍ରା କରି କୈଳାଶ ପର୍ବତରେ ପହଞ୍ଚିଥିଲେ । ସେଠାରେ ସେ ନିଜ ମାଆଙ୍କ ଫଟୋ ଲଗାଇବାକୁ ଆସିଥିଲେ, ହେଲେ ବରଫ କାରଣରୁ ସେ ଏହି ଫଟୋକୁ ସେଠାରେ ଲଗାଇ ପାରିନଥିଲେ । ଏହାପରେ ସେ ଖୁବ ଭାବବିହ୍ୱଳ ହୋଇ କାନ୍ଦିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଏହି ଟ୍ରେଣ୍ଡ ଖୁବ ଭାଇରାଲ ହେବାରେ ଲାଗିଛି ।


