ପେଟରୁ ବାହାରିଲା ପଥର ଭ୍ରୂଣ

ପେଟରୁ ବାହାରିଲା ପଥର ଭ୍ରୂଣ
Ipsita Picture
By: Ipsita
Published On

 

ସୋମାଲିଲ୍ୟାଣ୍ଡର ଜଣେ ମହିଳାଙ୍କ ପେଟରୁ ଏକ 'ଷ୍ଟୋନ୍ ବେବି' ବା ପଥର ପାଲଟିଯାଇଥିବା ଭ୍ରୂଣ ଅସ୍ତ୍ରୋପଚାର ମାଧ୍ୟମରେ ସଫଳତାର ସହ କଢାଯାଇଛି । ସୂଚନାନୁସାରେ ଗତ ତିନି ବର୍ଷ ଧରି ଏହି ପଥର ଭ୍ରୂଣଟି ଉକ୍ତ ମହିଳାଙ୍କ ପେଟ ଭିତରେ ରହିଥିଲା । ସୂଚନାନୁସାରେ, ତିନି ବର୍ଷ ତଳେ ମହିଳା ଜଣକ ଗର୍ଭବତୀ ଥିବା ବେଳେ ଶିଶୁର ସ୍ପନ୍ଦନ ବନ୍ଦ ହୋଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଭ୍ରୂଣଟି ମୃତ୍ୟୁବରଣ କରିବା ପରେ ତାହା ଚାରିପାଖରେ କ୍ୟାଲସିୟମ୍ ଜମି ତାହା ପଥର ପରି ଶକ୍ତ ହୋଇଯାଇଥିଲା । ଗତ କିଛି ମାସ ହେବ ମହିଳା ଜଣକ ତଳପେଟରେ ଅତ୍ୟଧିକ ଯନ୍ତ୍ରଣା ଓ ଭାରୀପଣ ଅନୁଭବ କରିବାରୁ ସିଟି ସ୍କାନ୍ କରାଯାଇଥିଲା । ଯେଉଁଥିରୁ ଭ୍ରୂଣର ଖପୁରୀ, ପାଞ୍ଜରା ଅସ୍ଥି ଓ ହାତ-ଗୋଡ଼ କ୍ୟାଲସିୟମ୍ ସ୍ତର ଦ୍ୱାରା ଆବୃତ ହୋଇ ରହିଥିବା ଜଣାପଡ଼ିଥିଲା । ଚିକିତ୍ସା ବିଜ୍ଞାନରେ 'ଲିଥୋପେଡିଅନ୍'  କୁହାଯାଉଥିବା ଏହି ବିରଳ ସ୍ଥିତି ଗତ ୪୦୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମାତ୍ର ୩୩୦ ରୁ ୩୪୦ଟି ମାମଲାରେ ଦେଖିବାକୁ ମିଳିଛି । ସଫଳ ସର୍ଜରୀ ପରେ ମହିଳା ଜଣକ ବର୍ତ୍ତମାନ ଯନ୍ତ୍ରଣାରୁ ମୁକ୍ତି ପାଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।

Tags: