କାର୍ଯ୍ୟାଳୟରେ ରୁହନ୍ତୁ ଫୂର୍ତ୍ତି

କାର୍ଯ୍ୟାଳୟରେ ରୁହନ୍ତୁ ଫୂର୍ତ୍ତି
Ipsita Picture
By: Ipsita
Published On

 

ସବୁବେଳେ କାର୍ଯ୍ୟାଳୟରେ ସତେଜ ଅନୁଭୂତି ହେବ ସେଭଳି କିଛି ନଥାଏ । ବେଳେବେଳେ ଅଫିସ୍ରେ ଥକ୍କା ଲାଗିବା ସହ ନିଦ ମଧ୍ୟ ଆସିଥାଏ। ତେବେ ଏହା ଆପଣଙ୍କର କାମ ଉପରେ ପ୍ରଭାବ ପକାଇଥାଏ । ବେଳେବେଳେ ଏଥିପାଇଁ ଅପ୍ରିତିକର ପରିସ୍ଥିତିର ସାମନା ମଧ୍ୟ କରିବାକୁ ପଡିଥାଏ। ତେଣୁ ଏଭଳି କିଛି ଛୋଟଛୋଟ ଟ୍ରିକ୍ଅଛି ଯାହାକୁ ଆପଣାଇ ଅଫିସ୍ରେ ସତେଜ ରହିବା ସହ ନିଦକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ। ତେବେ ଏହା ଯଦି ନିତିଦିନିଆ ଘଟଣାରେ ପରିଣତ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।

କିଛି ସମୟ ପାଇଁ ନିଅନ୍ତୁ ବିଶ୍ରାମ - ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା ଫଳରେ ଶରୀରରେ ଥକ୍କାପଣ ଆସିବା ଏକ ସାଧାରଣ କଥା । ତେଣୁ ଅଧିକ ସମୟ ଗୋଟିଏ ସ୍ଥାନରେ ନବସି ମଝିରେ ମଝିରେ ଯାଗାରୁ ଉଠିବା ସହିତ କିଛି ସମୟ ବୁଲିଆସନ୍ତୁ । ଏପରି କରିବା ଫଳରେ ଶରୀରରେ ରକ୍ତ ପ୍ରବାହରେ ପରିବର୍ତ୍ତନ ଆସିଥାଏ, ଯାହା ଶରୀରକୁ ଫୂର୍ତ୍ତି କରିଥାଏ ।

ସ୍ଥାନକୁ କରନ୍ତୁ ଆଲୋକିତ - ଯେଉଁସ୍ଥାନରେ କାମ କରୁଛନ୍ତି, ସେହି ସ୍ଥାନକୁ ଆଲୋକିତ ରଖନ୍ତୁ । ସେହି ସ୍ଥାନରେ ଆଲୋକ ସହ ସତେଜ ବାୟୁ କିଭଳି ଚଳାଚଳ କରିବା ସେ ନେଇ ଧ୍ୟାନ ଦିଅନ୍ତୁ । ଏହାଫଳରେ ଆପଣ ଅଧିକ ସତେଜ ଅନୂଭବ କରିବା ସହିତ ଆପଣଙ୍କୁ ନିଦ ମଧ୍ୟ ଆସିବ ନାହିଁ ।

ଖାଆନ୍ତୁ ମନପସନ୍ଦର ସ୍ନାକ୍‌ - ସେହିଭଳି ଯଦି ଆପଣଙ୍କ କାର୍ଯ୍ୟାଳୟରେ ସୁବିଧା ରହିଛି, ତେବେ କାମ କରିବା ସମୟରେ କିଛି ଚକୋଲେଟ୍ହେଉ କିମ୍ବା ଚିପସ୍କି କିଛି ଖାଇବା ଖାଇପାରିବେ । ଏହା ଆପଣଙ୍କ ମୁଣ୍ଡକୁ ଆକ୍ଟିଭ ରଖିବା ସହିତ କାମରେ ମନଲାଗିବାରେ ସାହାଯ୍ୟ କରିବ । ଯଦି କାର୍ଯ୍ୟାଳୟରେ ଖାଇବାର ଅନୁମତି ଅଛି ତେବେ ଏହି ଉପାୟ ଆପଣାଇ ପାରିବେ । ସେହିଭଳି ଯଦି ଅଫିସ୍ରେ ଲଞ୍ଚ କରୁଛନ୍ତି ତେବେ ଅଧିକ ଖାଆନ୍ତୁ ନାହିଁ । ଏହା ନିଦ ଲାଗିବାର ଅନ୍ୟ ଏକ କାରଣ ସାଜିପାରେ । ସେହଭଳି ଆପଣ ମଝିରେ ମଝିରେ କଫି କିମ୍ବା ଚା'ର ସାହାଯ୍ୟ ନେଇପାରିବେ ।

Tags: