ବୁଢିଆଣୀ ଭଜା

ବୁଢିଆଣୀ ଭଜା
Ipsita Picture
By: Ipsita
Published On

 

ନାଗାଲ୍ୟାଣ୍ଡର ଖାଦ୍ୟପେୟ ପରମ୍ପରା ବେଶ୍ ନିଆରା ଏବଂ ଏହାର ଏକ ଚର୍ଚ୍ଚିତ ଖାଦ୍ୟ ହେଉଛି 'ଥୁଲାକ୍', ଯେଉଁଥିରେ ବୁଢ଼ିଆଣୀକୁ ଭାଜି ଏକ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଏହି ଡିସ୍ ପ୍ରସ୍ତୁତ କରିବା ପାଇଁ 'ୟେଲୋ ଷ୍ଟ୍ରିପଡ୍ ସ୍ପାଇଡର୍' ବା ହଳଦିଆ ପଟା ପଟା ଚିହ୍ନ ଥିବା ବୁଢ଼ିଆଣୀକୁ ଭଲଭାବେ ସଫା କରି ଗରମ ତେଲରେ ଡିପ୍ ଫ୍ରାଇ କରାଯାଏ । ଯାହା ଫଳରେ ଏହା ସୁନେଲି ରଙ୍ଗର ଏବଂ କୁଡୁକୁଡିଆ ହୋଇଯାଏ । ସ୍ଥାନୀୟ ଲୋକଙ୍କ ମତରେ ଏହାର ସ୍ୱାଦ କୁକୁଡ଼ା ମାଂସ କିମ୍ବା ଚୁଙ୍ଗୁଡ଼ି ପରି ଲାଗିଥାଏ । ସେହିଭଳି ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥିବାରୁ ଏହାକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ବିଚାର କରାଯାଏ । ସାଧାରଣତଃ ଲୁଣ, ଲଙ୍କା ଏବଂ ସ୍ଥାନୀୟ ମସଲା ଦେଇ ଏହାକୁ ଚାଉଳ କିମ୍ବା ମାଂସ ସହିତ ସାଇଡ୍ ଡିସ୍ ଭାବେ ପରଷା ଯାଏ । ଖାସ୍ କରି ପର୍ବପର୍ବାଣି କିମ୍ବା ଅତିଥି ଆସିଲେ ଏହି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ, ଯାହା ଗାଁ ଗହଳି ଏବଂ ବଜାରମାନଙ୍କରେ ସହଜରେ ଉପଲବ୍ଧ ହୋଇଥାଏ ।

Tags: