ବିବାହକୁ ନେଇ ସ୍ବତନ୍ତ୍ର ପରମ୍ପରା
By: Ipsita
ସମ୍ବନ୍ଧିତ ଖବର ବିଶ୍ବ ବ୍ରେଲ ଦିବସ
ଚୀନର ବାଓଆନ ଜନଜାତିରେ ପାଳନ ହୋଇଥାଏ ଏକ ସ୍ବତନ୍ତ୍ର ପରମ୍ପରା । ଏଠାରେ ବିବାହପରେ କନ୍ୟାର ବାପାଙ୍କୁ ଜ୍ବାଇଁ ଘରକୁ ଯିବାକୁ ହୋଇଥାଏ, ଯେଉଁଠାରେ ଏହି ସ୍ବତନ୍ତ୍ର ପରମ୍ପରାର ପାଳନ ହୋଇଥାଏ । ପରମ୍ପରା ଅନୁସାରେ ଝିଅର ବାପାଙ୍କୁ ପ୍ରଥମେ ନିଜ ଝିଅର ଲାଳନ ପାଳନରେ ଯଦି କୌଣସି ଭୁଲଥାଏ ତେବେ ତାକୁ କ୍ଷମା କରିବେ ବୋଲି କ୍ଷମା ମାଗିବାକ ହୋଇଥାଏ । ଏହାପରେ କନ୍ୟା ପିତାଙ୍କୁ ୨୦ଥର ମାଡ ମାରିବାର ଅଭିନୟ କରାଯାଇଥାଏ । ଏହି ପ୍ରଥା କାହିଁ କେଉଁ କାଳରୁ ରହି ଆସିଛି । ତେବେ ଏହା କେବଳ ଏକ ପରମ୍ପରାର ଅଂଶ, ଯାହାକୁ ଆଜି ବି ଏହି ଜନଜାତିର ଲୋକମାନେ ପାଳନ କରୁଛନ୍ତି । ଏହି ଜନଯାତିରେ ପାଖାପାଖି ୨୫୦୦୦ ଲୋକ ବାସ କରନ୍ତି । ଏହି ସମ୍ପଦ୍ରାୟର ଲୋକମାନେ ନିଜର ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ଓ ନିଆରା ବିବାହ ପରମ୍ପରା ପାଇଁ ପରିଚିତ । ଏମାନଙ୍କର ବିବାହ ତିନିଦିନ ଧରି ପାଳନ ହେଉଥିବାବେଳେ ଏଥିରେ ଅନେକ ସ୍ବତନ୍ତ୍ର ପରମ୍ପରାର ପାଳନ ହୋଇଥାଏ ।
ସମ୍ବନ୍ଧିତ ଖବର ଲୁଇ ବ୍ରେଲ୍
Tags:



