ସ୍ୱତନ୍ତ୍ର ପରମ୍ପରା
By: Ipsita
ଅନେକ ସମୟରେ ବିଭିନ୍ନ ସ୍ଥାନରେ ଆଦିବାସୀମାନଙ୍କର ସ୍ୱତନ୍ତ୍ର ପରମ୍ପରା ସବୁ ଦେଖିବାକୁ ମିଳିଥାଏ । ସେହିଭଳି ଏକ ପରମ୍ପରା ରହିଛି ଚୀନରେ ବାସ କରୁଥିବା ଦାଇ ସମୁଦାୟଙ୍କ ପାଖରେ । ଏଠାରେ ଚିକେନ୍ ଖାଇବାକୁ ଦିଆଯାଇ ବିବାହ ଠିକ କରାଯାଇଥାଏ । ଏଠାରେ ଚିକେନକୁ ମ୍ୟାଚ ମେକର ଭାବେ ବିବେଚନା କରାଯାଇଥାଏ । ସେମାନେ ଏହାକୁୟୁଏସାଓ ନାମରେ ସମ୍ଭୋଧନ କରନ୍ତି । ଏହି ପ୍ରକ୍ରିୟାରେ ନୂଆବର୍ଷ ଦିନ ଝିଅମାନେ ପାରମ୍ପରିକ ପୋଷାକ ପିନ୍ଧି କୁକୁଡା ମାଂସ ବିକ୍ରି କରିବାକୁ ଯାଇଥାଆନ୍ତି । ଏହାର ଉଦ୍ଦେଶ୍ୟ ନିଜ ପସନ୍ଦର ପୁଅଙ୍କୁ ବାଛିବା । ଏହାପରେ ପୁଅମାନେ କୁକୁଡା ମାଂସ କିଣିବାକୁ ଦୋକାନକୁ ଆସିଥାଆନ୍ତି । ଯଦି ଝିଅକୁ ପୁଅ ପସନ୍ଦ ନଥାଏ ତେବେ ସେ ମାଂସର ଦ୍ୱିଗୁଣ ଦର କହିଥାଏ । ହେଲେ ଯଦି ପୁଅ ପସନ୍ଦ ଆସିଥାଏ ତେବେ ତାକୁ ଚେୟାର ଦେଇ ବସିବାକୁ କହିଥାଏ । ଏହାପରେ ଉଭୟ ମାଂସ ନେଇ ଏକ ଶାନ୍ତ ସ୍ଥାନକୁ ଯାଇ ଖାଇଥାଆନ୍ତି ଏବଂ ମନର କଥା କୁହାକୁହି ହୋଇଥାଆନ୍ତି । ଯାହାପରେ ସେମାନଙ୍କର ବିବାହ ହୋଇଥାଏ ।
ସମ୍ବନ୍ଧିତ ଖବର ଲୁଇ ବ୍ରେଲ୍
Tags:



