ଦୁର୍ଗାପୂଜା ପୂଜାରେ ପ୍ରଚଳିତ କିଛି ବିଶେଷ ବ୍ୟଞ୍ଜନ
କୋଲକାତାର ଦୁର୍ଗାପୂଜା ଯେପରି ବିଶ୍ୱପରିଚିତ ସେହିଭଳି ଦୁର୍ଗାପୂଜା ସମୟରେ ମିଳୁଥିବା ଖାଦ୍ୟ ମଧ୍ୟ ସାରା ଭାରତରେ ଦୁର୍ଗାପୂଜାକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ଏଠିକାର ଗଳିକନ୍ଦିରେ ଭରି ରହିଥାଏ ଉତ୍ସବର ମାହୋଲ । ଏହି ଉତ୍ସବକୁ ଆହୁରି ଭାବ ବିଭୋର କରିଥାଏ ଗଳିକନ୍ଦିରେ ମିଳୁଥିବା ସ୍ୱାଦିଷ୍ଟ ଖାଦ୍ୟ ପଦାର୍ଥ । ବିଭିନ୍ନ ସ୍ଥାନର ଭିନ୍ନଭିନ୍ନ ଖାଦ୍ୟ ଏହି ଦୁର୍ଗାପୂଜାକୁ ଦେଇଥାଏ ଏକ ସ୍ୱାଦର ଭିନ୍ନତା । କେବଳ କୋଲକାତା ନୁହେଁ ଦୁର୍ଗାପୂଜା ସମୟରେ ଓଡ଼ିଶାର ମଧ୍ୟ ବିଭିନ୍ନ […]
କୋଲକାତାର ଦୁର୍ଗାପୂଜା ଯେପରି ବିଶ୍ୱପରିଚିତ ସେହିଭଳି ଦୁର୍ଗାପୂଜା ସମୟରେ ମିଳୁଥିବା ଖାଦ୍ୟ ମଧ୍ୟ ସାରା ଭାରତରେ ଦୁର୍ଗାପୂଜାକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ଏଠିକାର ଗଳିକନ୍ଦିରେ ଭରି ରହିଥାଏ ଉତ୍ସବର ମାହୋଲ । ଏହି ଉତ୍ସବକୁ ଆହୁରି ଭାବ ବିଭୋର କରିଥାଏ ଗଳିକନ୍ଦିରେ ମିଳୁଥିବା ସ୍ୱାଦିଷ୍ଟ ଖାଦ୍ୟ ପଦାର୍ଥ । ବିଭିନ୍ନ ସ୍ଥାନର ଭିନ୍ନଭିନ୍ନ ଖାଦ୍ୟ ଏହି ଦୁର୍ଗାପୂଜାକୁ ଦେଇଥାଏ ଏକ ସ୍ୱାଦର ଭିନ୍ନତା । କେବଳ କୋଲକାତା ନୁହେଁ ଦୁର୍ଗାପୂଜା ସମୟରେ ଓଡ଼ିଶାର ମଧ୍ୟ ବିଭିନ୍ନ ସ୍ଥାନରେ ଖାଦ୍ୟର ପସରା ଖୋଲିଥାଏ, ଯାହା ବେଶ୍ ସ୍ୱାଦିଷ୍ଟ ହୋଇଥାଏ ।
କୋଲକାତା ଏଗ୍ ରୋଲ-

ଅଣ୍ଡା ରୋଲ ଦୁନିଆର ଏକ ପ୍ରମୁଖ ଷ୍ଟ୍ରିଟ ଫୁଡ । ଯେଉଁ ସ୍ଥାନକୁ ଯାଆନ୍ତୁ ଏହାକୁ ଆପଣ ଖାଇଥିବେ ହେଲେ ଦୁର୍ଗା ପୂଜା ସମୟରେ କୋଲକାତାରେ ମିଳୁଥିବା ଏଗ୍ ରୋଲ ସମସ୍ତଙ୍କର ବେଶ ପ୍ରିୟ ହୋଇଥାଏ । ଏହି ରୋଲ ଗୁଡିକର ଭିତର ଫିଲିଂ ଗୁଡିକ ବିଭିନ୍ନ ପ୍ରକାରର ରହିଥାଏ । ଆଳୁ, ଅଣ୍ଡା, ଚିକେନ୍ ଆଦିର ଫିଲିଂ ଦିଆଯାଇ ଏକ ଭିନ୍ନ ସ୍ୱାଦର ରୋଲ ପ୍ରସ୍ତୁତ କରାଯାଇଥାଏ, ଯାହା ପର୍ଯ୍ୟଟକଙ୍କର ବେଶ ପସନ୍ଦ ହୋଇଥାଏ ।
ମଟନ କିମା ଘୁଘୁନି –

ମଟରରୁ ପ୍ରସ୍ତୁତ ଘୁଘୁନି ଆପଣମାନେ ଖାଇଥିବେ, ହେଲେ ମଟନରୁ ତିଆରି ଘୁଘୁନି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ତେବେ କୋଲକାତା ପୂଜାର ଆଉ ଏକ ଆକର୍ଷଣ ହେଉଛି ଏହି ଘୁଘୁନି । ମଟନ କିମା ଓ ମଟରକୁ ମିଶାଇ ଏହି ଘୁଘୁନିକୁ ପ୍ରସ୍ତୁତ କରାଯାଏ, ଯେଉଁଥିରେ ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରାଯାଇଥାଏ, ଯାହା ଏହାକୁ ଚଟପଟା କରିବା ସହିତ ସ୍ୱାଦିଷ୍ଟ କରିଥାଏ ।
ମୋଗଲାଇ ପରଟା-

ମଇଦା, ଅଣ୍ଡା, ପିଆଜ କଟା ଆଦିରୁ ପ୍ରସ୍ତୁତ କରାଯାଏ ଏହି ମୋଗଲାଇ ପରଟା । ଏହି ପରଟା ଖାଇବା ପାଇଁ ବେଶ୍ ସ୍ୱାଦିଷ୍ଟ ହୋଇଥାଏ । ଏଥିରେ ଦିଆଯାଇଥିବା ପୂର ଏକ ସ୍ୱତନ୍ତ୍ର ପ୍ରକାରରେ ପ୍ରସ୍ତୁତ କରାଯାଇଥାଏ । ଏହି ପରଟାକୁ ଅନ୍ୟ ପରଟା ଭଳି ସେକା ନଯାଇ ଛଣା ଯାଇଥାଏ, ଯାହା ଏହାକୁ ଦେଇଥାଏ ଏକ ନିଆରା ସ୍ୱାଦ ।
ଷ୍ଟି୍ରଟ୍ ଫିସ ରୋଲ –

ପୂଜାରେ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଖାଦ୍ୟସହ ଏହାକୁ ପାଳନ କରାଯାଇଥାଏ । ତେବେ ସେହି ଖାଦ୍ୟ ମଧ୍ୟରୁ ଗୋଟିଏ ଡିସ୍ ହେଲା ଫିସ୍ ରୋଲ । ଏହାର ନାଁ ଯେପରି ସ୍ୱତନ୍ତ୍ର ସ୍ୱାଦ ବି ସେହିପରି । ଏହାକୁ ବେକଟି ମାଛରୁ ପ୍ରସ୍ତୁତ କରାଯାଇଥାଏ । ବେକଟି ମାଛକୁ ମସଲା ଦିଆଯାଇ ଛଣାଯାଇ ପ୍ରସ୍ତୁତ ହୋଇଥାଏ ଏହି ଷ୍ଟ୍ରିଟ୍ ଫିସ୍ ରୋଲ, ଯାହା ବେଶ ସୁସ୍ୱାଦୁ ହୋଇଥାଏ ।
ଆଳୁଦମ ଦହିବରା-

ଆଳୁଦମ ଦହିବରା ବିନା କଟକର ଦୁର୍ଗାପୂଜା ଅଧୁରା । କଟକର ସ୍ୱତନ୍ତ୍ର ଦହିବରା ଖାଇବାକୁ ଲମ୍ବାଲମ୍ବା ଲାଇନ୍ ଲାଗେ ଏହି ଦୁର୍ଗାପୂଜା ସମୟରେ । ସମସ୍ତେ ମେଢ ବୁଲା ସାଙ୍ଗକୁ ମଜା ନିଅନ୍ତି ଦହିବରା ଆଳୁଦମର । କେବଳ ଦହିବରା ନୁହେଁ ଏହି ସମୟରେ କଟକରେ ବିଭିନ୍ନ ପ୍ରକାରର ଷ୍ଟ୍ରିଟ ଫୁଡ ମିଳିଥାଏ, ଯାହା ପୂଜାକୁ ଦେଇଥାଏ ଏକ ସ୍ୱାଦର ମହକ ।




