ଓଡିଶା ସହ ସ୍ବତନ୍ତ୍ର ସମ୍ପର୍କ

ଓଡିଶା ସହ ସ୍ବତନ୍ତ୍ର ସମ୍ପର୍କ
Ipsita Picture
By: Ipsita
Published On

 

ବହୁଭାଷାରେ ନିଜର କଣ୍ଠଦାନ କରିଥିବା ଆଶାଜୀଙ୍କର ଓଡିଆ ଇଣ୍ଡଷ୍ଟ୍ରୀ ପ୍ରତି ରହିଛି ଅନେକ ଅବଦାନ । ଏକାଧୀକ ସଙ୍ଗୀତକୁ ସେ ନିଜର ସୁମଧୁର ସ୍ବରରେ ସଜାଇ କାଳଜୟୀ କରିଦେଇଛନ୍ତି । ସବୁଠାରୁ ଚର୍ଚ୍ଚିତ ହେଲା ଓଡ଼ିଶାର ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ । ତାଙ୍କ କଣ୍ଠରେ ଏହି ଗୀତଟି ସବୁଠାରୁ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇପାରିଥିଲା । ସେହିଭଳି ଅନେକ ଫିଲ୍ମ ଯେପରି ମା, ଅରୁନ୍ଧତୀ, ଆରତୀ ଓ ସମୟ ଭଳି ସିନେମାର ଅନେକ ଗୀତରେ ସେ ନିଜର କଣ୍ଠଦାନ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲେ । ଫିଲ୍ମ ଆରତୀର ' ଜହ୍ନ ଗୋ ତୁମେ ଝୁରନା', ସମୟ ଚଳଚ୍ଚିତର  ' ଝିମି ଝିମି ଝିମିକା ମଜା  ', ସଂନ୍ଧ୍ୟାତାରାର  ' ମୁଁ ହଜିଛି ତୁମ ଆଖିରେ', ଆଦି ଗୀତ ଗାଈ ଓଡିଆ ଦର୍ଶକଙ୍କ ହୃଦୟରେ ଘର କରିଥିଲେ । ସେ ନିଜର ଯାଦୁକରୀ କଣ୍ଠଦାନ କରି ଓଡ଼ିଆ ସିନେ-ସଙ୍ଗୀତକୁ ସମୃଦ୍ଧ କରିଛନ୍ତି । ଓଡ଼ିଆ ଭାଷାର ସୂକ୍ଷ୍ମ ଉଚ୍ଚାରଣକୁ ଅତି ସୁନ୍ଦର ଭାବେ ନିଜ ଗାୟିକୀରେ ପ୍ରସ୍ଫୁଟିତ କରି ସେ ପ୍ରମାଣିତ କରିଥିଲେ ଯେ ସଙ୍ଗୀତର କୌଣସି ଭାଷାଗତ ସୀମା ନଥାଏ। ଓଡ଼ିଶାର ବିଶିଷ୍ଟ ସଙ୍ଗୀତକାର ଓ ଗୀତିକାରମାନଙ୍କ ସହ ତାଙ୍କର ଏହି ସହଯୋଗ ଓଲିଉଡର ସ୍ୱର୍ଣ୍ଣିମ ଯୁଗର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିବ ଏବଂ ଓଡ଼ିଆ ଶ୍ରୋତାଙ୍କ ପାଇଁ ତାଙ୍କ କଣ୍ଠର ମାଧୁର୍ଯ୍ୟ ଏକ ଅମୂଲ୍ୟ ସମ୍ପତ୍ତି ହୋଇ ରହିବ। ତାଙ୍କ ଅବର୍ତ୍ତମାନରେ  ଓଡିଆ ସିନେ ଇଣ୍ଡଷ୍ଟ୍ରୀର ଏକ ଅପୂରଣୀୟ କ୍ଷତି ହୋଇଛି ।

ସମ୍ମାନ

କିମ୍ବଦନ୍ତୀ ସଙ୍ଗୀତଶିଳ୍ପୀ ଆଶା ଭୋସଲେ ନିଜର ସୁଦୀର୍ଘ ଗାୟିକୀ ଜୀବନ ମଧ୍ୟରେ ଅନେକ ଶୀର୍ଷ ସମ୍ମାନରେ ଭୂଷିତ ହୋଇଛନ୍ତି । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ 'ପଦ୍ମ ବିଭୂଷଣ' ଏବଂ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ 'ଦାଦା ସାହେବ ଫାଲକେ ଆୱାର୍ଡ' ପ୍ରଦାନ କରାଯାଇଛି । ଏହା ବ୍ୟତୀତ ସେ ୯ଟି ଫିଲ୍ମଫେୟାର ଆୱାର୍ଡ, ୨ଟି ନ୍ୟାସନାଲ ଆୱାର୍ଡ (ଜାତୀୟ ଚଳଚ୍ଚିତ୍ର ପୁରସ୍କାର) ଜିତିବା ସହ ସବୁଠାରୁ ଅଧିକ ଗୀତ ରେକର୍ଡ କରିଥିବା କଳାକାର ଭାବେ 'ଗିନିଜ୍ ୱାର୍ଲ୍ଡ ରେକର୍ଡ'ରେ ମଧ୍ୟ ନିଜ ନାମ ସ୍ଥାନିତ କରିଛନ୍ତି, ଯାହା ତାଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।

Tags: